ଏସ୍ଏନ୍ କଲେଜରେ ଏଡ୍ସ ଦିବସ 

 ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜରେ ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ତତ୍ୱାବଧାନ ଓ ୟୁଥ୍ ରେଡ୍କ୍ରସ ସଂଯୋଜିକା ପ୍ରଫେସର ମଧୁସ୍ମିତା ଦୋବାଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରା ଜରିଆରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ଏଡ୍ସ ଠାରୁ ଦୁରେଇ ରହିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ଭାରତୀ ସାହୁ ଆକାଉଟାଣ୍ଟ ଜୟନ୍ତ ମଥାନଙ୍କ ସମେତ ଅନାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ସାମିଲଥିଲେ ।