ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

 ଯାଜପୁର:  ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । କାହ୍ନୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋରେଇରେ ପାଳିତ ଦିବସରେ ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟଙ୍କ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ସଚେତନତା ସଭାରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ମିତାପ୍ରଜ୍ଞା ସାହୁ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା ଏବଂ ଏଥିରୁ ମୁକ୍ତ ରହିବା ପାଇଁ ଆବଶ୍ୟକୀୟ ସତର୍କତା ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ କର୍ମଚାରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଫାର୍ମାସିଷ୍ଟ ରୂପାଲୀ ବେହେରା ଯୋଗ ଦେଇ ଏଡସରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ସଚେତନ କରାଇଥିଲେ । ସଂକ୍ରମିତ ମାଆଠାରୁ ଜନ୍ମିତ ଶିଶୁକୁ ଏହି ରୋଗ ହେବା ସହ ଅସୁରକ୍ଷିତ ଯୌନ ସଂପର୍କ, ଅଶୋଧିତ ଇଞ୍ଜେକସନ ଛୁଞ୍ଚି ବ୍ୟବହାର ଦ୍ୱାରା ମଧ୍ୟ ଏମାରାତ୍ମକ ବ୍ୟାଧି ବହୁ ମାତ୍ରାରେ ବ୍ୟାପିଥାଏ ବୋଲି ଉଭୟ ଅତିଥି କହିଥିଲେ । ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିବାହ ପୂର୍ବରୁ ସମସ୍ତ ପୁଅ ଝିଅ ଏଚଆଇଭି ପରୀକ୍ଷା କରାଇବା ଉଚିତ୍ ବୋଲି ଉଭୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ବିଶ୍ୱାଳ, ଅଧ୍ୟାପକ ପ୍ରଶାନ୍ତ କୁମାର ଦ୍ୱିବେଦୀ, ରଞ୍ଜନ କୁମାର ସାହୁ, ମାୟାଧର ଜେନା, ଅଜୟ କୁମାର ସାହୁ, ଅଧ୍ୟାପିକା ଉମା ମହାନ୍ତି, ସ୍ୱାଗତିକା ଦାଶ, ଶୁଭସ୍ମିତା ବେହେରା, ଯୁବ ରେଡ୍କ୍ରସ୍ ସଂଯୋଜକ ଅଧ୍ୟାପକ କୈଳାସ ଚନ୍ଦ୍ର ରାଉତ, ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ଅନୁସୟା ପାତ୍ର, ଅଧ୍ୟାପକ ବିକ୍ରମ କିଶୋର ପାତ୍ର, ଅରୁଣ କୁମାର ସ୍ୱାଇଁ, ରାଜୀବ ବିଶ୍ୱାଳ, ଅଧ୍ୟାପିକା ଲିପିକା ଦାସ, ଶୁକ୍ଳା ମହାନ୍ତି, ପଦ୍ମାଳୟା ଦାଶ, କ୍ରୀଡା ଶିକ୍ଷକ ମନ୍ମଥ କୁମାର ଜେନା, ମୁଖ୍ୟ କିରାଣି ବାସନ୍ତୀ ବେହେରା ଓ କର୍ମଚାରୀ ପ୍ରତାପ ପ୍ରତିହାରୀ, ଦେବେନ୍ଦ୍ର ବେହେରା, ଜସିର ଖାଁ, ରବୀନ୍ଦ୍ର ପରିଡ଼ା ,ରାଜେନ୍ଦ୍ର ବେହେରା, ମନୋଜ କୁମାର ରାଉତ, ଦିଲ୍ଲୀପ ପଟ୍ଟନାୟକ ପ୍ରମୂଖ  ଉପସ୍ଥିତ ରହିଥିଲେ ।
ଟମକା: ଦନଗଦୀ ବ୍ଲକ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଲ୍ଲୀ ସଚିବାଳୟର ସହରୀ ବିକାଶ ବିଭାଗର ନିଦେ୍ର୍ଦଶକ ତଥା ସ୍ୱାସ୍ଥ୍ୟ ବିଭାଗର ପ୍ରାକ୍ତନ ଯୁଗ୍ମସଚିବ ପ୍ରେମାନନ୍ଦ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଜୟ କୁମାର ସାହୁ, ଟମକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ଚରଣ ଜେନା, ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଅଧ୍ୟାପିଆ ସିଲନ ପ୍ରଭା ନାୟକ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଏଚଆଇଭି. ସଂକ୍ରମଣ ଜନିତ ଏଡ଼ସର ଭୟାବହତା ଉପରେ ଚିନ୍ତା ପ୍ରକଟ କରି ଏହାର ଦୂରୀକରଣ ନିମନ୍ତେ ସଚେତନତାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଏହି ମହାମାରୀକୁ ମୂଳୋତ୍ପାଟନ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ଜିନାରାଣୀ ରଣା ଓ ଶୁଭଶ୍ରୀ ବେହେରା ବନେ୍ଦ ଉକôଳଜନନୀ ଗାନ କରିଥିଲେ । ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପୁରାତନ ଛାତ୍ର ପ୍ରେମାନନ୍ଦ ପୃଷ୍ଟି ଓ ଗୌତମ ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ । କର୍ମଚାରୀ ସୁକାନ୍ତ କୁମାର ସାହୁ, ନାରାୟଣ ସାହୁ, ସୁଶାନ୍ତ କୁମାର ପଣ୍ଡା, ବ୍ରିଜେଶ ବେହେରା ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଧର୍ମଶାଳା: ଧର୍ମଶାଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ଏଡସ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାକୁ କଲେଜ ଅଧ୍ୟକ୍ଷ ସ୍ୱରୁପାନନ୍ଦ ପଣ୍ଡା ଶୁଭାରମ୍ଭ କରିଥିଲେ । ଯୁବ ରେଡକ୍ରସ ସଂଯୋଜକ ଡକ୍ଟର ବସନ୍ତ କୁମାର ତ୍ରିପାଠୀ ଓ ଡକ୍ଟର ସସ୍ମିତା ସାମଲ ରେଡକ୍ରସ ରାଲିର ନେତୃତ୍ୱ ନେଇ ଜନସଧାରଣଙ୍କୁ ସଚେତନା କରିଥିଲେ । ଯୁବ ରେଡକ୍ରସ ପକ୍ଷରୁ ସ୍ୱେଛାସେବୀ  ଛାତ୍ରଛାତ୍ରୀହାତରେ ଫ୍ଲାକାର୍ଡ ଧରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଯାଇ ଜନସାଧାରଣଙ୍କୁ ସଚେତନ କରିଥିଲେ । 
ବ୍ୟାସନଗର: ଇନ୍ଦିରା ଗାନ୍ଧୀ ମହିଳା (କନିଷ୍ଠ)ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍କ୍ରସ ଓ ରେଡ୍ରିବନ କ୍ଲବ ସହାୟତାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ଲଳିତା ସାହୁ ସଭାପତିତ୍ୱ କରିଏହି ଦିବସ ସଂପର୍କରେ ଉପସ୍ଥିତ ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ । ଯୁବ ରେଡକ୍ରସ ଓ ରେଡରିବନ କ୍ଲବର ଉପଦେଷ୍ଟା ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁଏଡସ୍ ରୋଗର କାରଣ ନିରାକରଣ ଓ ସାମାଜିକ ସଚେତନତା ସଂପର୍କରେ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ସୂଚନା ଦେଇଥିଲେ । ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷା  ପଂକଜିନୀ ପାଣି, ଅଧ୍ୟାପକ ଜ୍ୟୋତି ପ୍ରକାଶ ରାଉତଯୋଗଦେଇ ଯୁବ ରେଡକ୍ରସ ଓ ରେଡରିବନ୍ କ୍ଲବର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଦିବସ ପାଳନ ଅବସରରେ ଅନୁଷ୍ଠିତ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ସଡଳତା ହାସଲ କରିଥିôବା ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉଦୟ ଭାସ୍କର ପଣ୍ଡା, ଡ଼କ୍ଟର ଦିବ୍ୟାଲୋଚନ ଭୂୟାଁ,ପ୍ରାଧ୍ୟାପକ ଶିବ ଚରଣ ବେହେରା, ମାୟାଧର ନାୟକ ଯୋଗ ଦେଇଥିଲେ । ଅଧ୍ୟାପକ ରଘୁଦୀପ୍ତି ନାୟକଙ୍କ ସଂଯୋଜନାରେ ପୁଷ୍ପଲତା ରାମ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଯୁବ ରେଡ କ୍ରସର ଉପଦେଷ୍ଟା ପୂର୍ଣାନନ୍ଦପାର୍ଥ ସାରଥୀ ଶଙ୍ଖୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ଯୁବ ରେଡକ୍ରସର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏନସିସି, ଏନଏସଏସ, ସ୍କାଉଟ ଗାଇଡ଼ ସ୍ୱେଛାସେବୀ ଏକ ସଚେତନତା ରାଲିରେ ଯାଇ ଜନସାଧାରଣଙ୍କୁ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ । ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର, ବିଶ୍ୱଜିତ ରାଉତ, ସୁଲୋଚନା ସାହୁ, କେଶବ ଜେନା, ଦେବବ୍ରତ ରାମ, ଶ୍ରୀକାନ୍ତ ପଟେଲ, ସ୍ୱେଛାସେବୀ ବିଶ୍ୱନାଥ ବେହେରା, ଜାଗୃତି ମିଶ୍ର, ଶିବାନନ୍ଦ ଶଙ୍ଖୁଆ, ଆଶୁତୋଷ ଆଚାର୍ଯ୍ୟ, ପ୍ରତୀକ୍ଷା ଦତ,ଦଳିରାଣୀ ବେଜ, ଲିନା ବେହେରା, ଦୁର୍ଗା ମୁଣ୍ଡା, ଅଜିତ କୁମାର ଜେନା, ଶିବ ପ୍ରସାଦ ମହାରଣା ପ୍ରମୁଖ ସଚେତନତା ସଭା ପରିଚାଳନା କରିଥିଲେ ।