ମଣ୍ଡେଇରେ ନାଟକ ‘ଏକ ସନ୍ତାନ’ ମଞ୍ଚସ୍ଥ

ନବରଙ୍ଗପୁର:  ବିଶିଷ୍ଟ ଟେଲି ଫିଲ୍ମ ନିଦେ୍ର୍ଦଶକ ତଥା ମଞ୍ଚ ନାଟକ ନିଦେ୍ର୍ଦଶକ ମନୋଜ କୁମାର ପଟ୍ଟନାୟକ ନିଦେ୍ର୍ଦଶିତଓ ନାଟ୍ୟକାର ସର୍ବେଶ୍ୱର ତ୍ରିପାଠୀଙ୍କ  ରଚନାରେ ସାମାଜିକ ନାଟକ ଏକ ସନ୍ତାନ  ମଣ୍ଡେଇ ନାଟକ ମହୋସôବର ତୃତୀୟ ସନ୍ଧ୍ୟାରେ ପରିବେଷିତ ହୋଇଛି । ଗୋଟିଏ ସନ୍ତାନର ପରମ୍ପରା ଆଳରେ ଭବିଷ୍ୟତରେ ମା ବାପା କିପରି ହଇରାଣ ହେଉଛନ୍ତି  ଏହି ବିଷୟ ଉପରେ ପରିବେଷିତ ନାଟକର  ସମସ୍ତ କଳାକାର ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଏହି ନାଟକରେ ଯୁଗଳ କିଶୋର ତ୍ରିପାଠୀ, ମୁରଲୀ ପଟ୍ଟନାୟକ ଏବଂ ଅଶୋକ ମହାନ୍ତି ସଂଗୀତ ପରିଚାଳନା କରିଥିଲେ । ଏହି ଅବସରରେ ଯୁବ କଣ୍ଠଶିଳ୍ପୀ ଉଦିତ ଭାନୁ କଣ୍ଠ ଦାନ କରିଥିଲେ ।