ହୀରାକୁଦରେ ଇକୋ ରିଟ୍ରିଟ୍ ଉଦଘାଟିତ
ସମ୍ବଲପୁର: ଚଳିତ ବର୍ଷରେ ହୀରାକୁଦ ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସମାରୋହର ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନି ନାୟକ ଏବଂ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଉଦଘାଟନ କରିଥିଲେ । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଏସପି ମୁକେଶ କୁମାର ଭାମୁ, ମହାନଗର ନିଗମ କମିସନର ବେଦ ଭୂଷଣ, ଡିଏଫଓ ସମ୍ବଲପୁର ଗୌରଖ ୱାମାନ ଆଇପିଏସ ଭୋସଲେ ଶୁଭମ ସଞ୍ଜୟ, ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ପର୍ଯ୍ୟଟନ ବିଭାଗ ସହକାରୀ ନିଦେ୍ର୍ଦଶକ ରବୀନ୍ଦ୍ର କୁମାର ଦଳେଇଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଇକୋ ରିଟ୍ରିରେ ଷ୍ଟାର ହୋଟେଲର ରହଣି ସୁବିଧା, ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନୁ୍ୟରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ, ନାଚ, ଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡା, ବୋଟରେ ହୀରାକୁଦ ଜଳରାଶିରେ ବୁଲିବାର ମଜା, ଦୁଃସାହସିକ ଖେଳ ସହ ପ୍ରକୃତି କୋଳଲେ ଅପୂର୍ବ ଅନୁଭୂତି ପର୍ଯ୍ୟଟକମାନେ ସାଉଁଟିବେ । ଚଳିତ ବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ପଚିଶ ଗୋଟି ବିଳାସପୂର୍ଣ୍ଣ କଟେଜ ସହିତ ଷ୍ଟାର ହୋଟେଲ ସୁବିଧା ରହିଛି ବୋଲି ପ୍ରକାଶ କରାଯାଇଛି ।