ରାଷ୍ଟ୍ରବାଦୀ କବିତା ମହୋତ୍ସବ
କେନ୍ଦ୍ରାପଡା: ସାମାଜିକ ସଂଗଠନ "ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋସôବ ସ୍ଥାନୀୟ ସାନ୍ଧ୍ୟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାବନ୍ଧିକ ଦାସ ବେନହୁର ଉସôବକୁ ଉଦ୍ଘାଟନ କରି ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କକୁ ବାଖ୍ୟା କରିଥିଲେ । ବୈଦିକ କାଳରୁ ରାଷ୍ଟ୍ର ଅଛି, ରାଷ୍ଟ୍ର ସହିତ ଆମେ ଅଛୁ ବୋଲି ମତ ଦେବା ସହ ସାହିତି୍ୟକ ମାଟି, ମା ଓ ଦେଶ ମନସ୍କ ହୋଇ ସାହିତ୍ୟ ରଚନା କରିବା ଉଚିତ୍ ବୋଲି ମତ ଦେଇଥିଲେ । ଉସôବରେ ବକ୍ତା ଭାବେ ଯୋଗଦେଇ କବି ସୁରେଶ ନାୟକ ଯୁବପିଢ଼ି ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳିତ ଆଚରଣ ପୂର୍ବକ ଦେଶ ହିତରେ କାର୍ଯ୍ୟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଉସôବରେ କବି ଡ. ସେନାପତି ପ୍ରଦୁ୍ୟମ୍ନ କେଶରୀଙ୍କୁ "ଜୟ ରାଷ୍ଟ୍ର କବିତା ସମ୍ମାନ’ ପ୍ରଦାନ କରାଯାଇ ଥିଲା । ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ୧୩ ଜଣ ରାଷ୍ଟବାଦୀ କବି ସ୍ୱରଚିତ କବିତା ପାଠ କରିଥିଲେ । କବିଙ୍କୁ "ମମତା ସିହ୍ନା ସ୍ମାରକୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବକୁ ବିରେନ୍ଦ୍ର ଦାସ, ଆଶିଷ ଦାସ, ମାନସ ତ୍ରିପାଠୀ, ଅମିତ୍ ଭଦ୍ର, ସୁଶାନ୍ତ ନାୟକ, ରଶ୍ମିରଞ୍ଜନ ସ୍ୱାଇଁ, ମଳୟ ସାହୁ, ଜ୍ଞାନରଞ୍ଜନ ଦାସ, ରିନାରାଣୀ ଦାସ, ଦେବ ପ୍ରସନ୍ନ ସ୍ୱାଇଁ, ନମିତା ଜେନା, ବିକାଶ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଦ୍ୱିବେଦୀ ଓ ସମାଜସେବୀ ରୀତା ରାୟ କବିତା ପାଠୋସôବ ସଂଯୋଜନା କରିଥିଲେ । ଡ. ରମାନାଥ ମହାନ୍ତି, ସଚିନନ୍ଦନ ଦାସ, ଡାକ୍ତର ବିରେନ୍ଦ୍ର ଦାସ, ଅକ୍ଷୟ କୁମାର ପାଣି, ଡକ୍ଟର ସର୍ବେଶ୍ୱର ସେଣ, ନିମନ୍ତ୍ରିତ କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିରଜା ରାଉତରାୟଙ୍କ ପୁସ୍ତକ ‘ନୂଆ ଜନ୍ହ ଉଇଁଛି’ ଉନ୍ମୋଚିତ ହୋଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ଧନ୍ୟବାଦ ଦେଇଥିଲେ ।