ନୟାଗଡ଼ରେ ନବୀନଙ୍କ ନିର୍ବାଚନ ପ୍ରଚ।ର
ନୟାଗଡ଼,: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ପିଟିଏସ ରୋଡରେ ଥିବା ଷ୍ଟାଡିୟମ ପଡିଆରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିଛନ୍ତି । ନବୀନଙ୍କୁ ଦେଖିବା ସହିତ ତାଙ୍କ ଅଭିଭାଷଣ ଶୁଣିବା ପାଇଁଁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ ଲୋକଙ୍କର ସମାଗମ ହୋଇଥିଲା । ଏହି ସଭାରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ମୁଁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ମୁଲିଆ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯାହା ନିବେଦନ କରାଯାଇଛି ମୁଖ୍ୟମନ୍ତ୍ରୀ ତାହାକୁ ମଞ୍ଜୁର କରିଛନ୍ତି । ଆଗାମୀ ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କିପରି ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ହେବ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଅରୁଣ । ଏହି ସଭାରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କଥାକୁ ପ୍ରକାଶ କରିଥିଲେ ଏବଂ ତାଙ୍କୁ ସମର୍ଥନ ଦେବା ପାଇଁ ରଣପୁର ଭୋଟର୍ ମାନଙ୍କୁ ନିବେଦନ କରିଥିଲେ । ମୂଖ୍ୟମନ୍ତ୍ରୀ ନବୀନ ଉପସ୍ଥିତ ଜନତାଙ୍କୁ ଏତେ ଖରାରେ ଆସିଥିବାରୁ ଧନ୍ୟବାଦ ଦେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା କେମିତି ଲାଗୁଚି ବୋଲି ଲୋକଙ୍କୁ ପ·ରି ବୁଝିଥିଲେ । ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଶଂଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ୫-ଟି ଅଧ୍ୟକ୍ଷ ଆଗାମୀ ପାଞ୍ଚ ବର୍ଷରେ ନୟାଗଡ଼ରେ ପୁଞ୍ଜି ନିବେଶ ହବା ସହ ନୟାଗଡ଼ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ନିର୍ବାଚନୀ ସଭାରେ ନୟାଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଓ ୪୭ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।