ଯୁବ ରେଡ୍କ୍ରସର ତାଲିମ ଓ ଶିକ୍ଷା ଶିବିର
ନୀଳଗିରି : ସନ୍ତରାଗଡ଼ିଆ ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ରେଡ୍କ୍ରସର ତାଲିମ ଓ ଶିକ୍ଷା ଶିବିର ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଉଦ୍ଘାଟକ ଭାବେ ଜିଲ୍ଲା ଅଧ୍ୟକ୍ଷ ପ୍ରଫେସର ଦିଲୀପ ଘୋଷ ରେଡ୍କ୍ରସ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଡ଼.ବିଭୁଦତ୍ତ ବେହେରା, ମୁଖ୍ୟବକ୍ତା ଡ଼. ତୁଷାରକାନ୍ତ ଇଚ୍ଛାବାଟୁ, ଜିଲ୍ଲା ସଂଯୋଜକ ସୁଧୀର ମୁଦୁଲି ଏବଂ ଡ଼. ଗୌରହରୀ ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଜ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ । କାଉନ୍ସେଲର ଡ଼. ପ୍ରଦୀପ୍ତ ମିଶ୍ର ଅତିଥି ପରିଚୟ କରିଥିବାବେଳେ କାଉନସେଲର ଜ୍ୟୋତିର୍ମୟୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ଆୟୋଜିତ ରକ୍ତଦାନ ଶିବିରକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ରାଉତ ଉଦ୍ଘାଟନ କରିଥିଲେ । ଏଥିରେ ୩୨ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୧୪୬ଜଣ ସ୍ୱେଚ୍ଛାସେବୀ, କାଉନସେଲର ଓ ପ୍ରଶିକ୍ଷକ ଯୋଗଦାନ କରିଥିଲେ । ମୋଟ ୫୪ୟୁନିଟ ରକ୍ତ ସଂଗୃହୀତ ହେବା ସହିତ ସ୍ୱେଚ୍ଛାସେବୀମାନଙ୍କୁ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତାଲିମ ଓ ଶିକ୍ଷା ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ମୁଖ୍ୟବକ୍ତା ସୁଧୀର ମୁଦୁଲି, ସମ୍ମାନିତ ଅତିଥି +୩ ଅଧ୍ୟକ୍ଷ ଗୌରହରୀ ଜେନା ଓ ଡ଼.ଅକ୍ଷୟ କୁମାର ପାଣିଗ୍ରାହୀ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଡ଼. ପ୍ରଦୀପ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ଼. ଅକ୍ଷୟ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । ତିନିଦିନ ଧରି ପ୍ରଶିକ୍ଷକ ଭାବରେ ଡା ରବିନାରାୟଣ ବେହେରା, ଅଞ୍ଜଳି ମହାପାତ୍ର, ଡ଼. ଦିଲୀପ ଭୋଇ, ରତିକାନ୍ତ ନାୟକ, ପ୍ରଦୀପ୍ତ ପରିଡା ଓ ଉମେଶ ମିଶ୍ର ପ୍ରମୁଖ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।