ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ରାୟଗଡା: ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥିବା ସିଜିମାଳି ଖଣି ଖନନକୁ ଧୀରେ ଧୀରେ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ମିଳୁଥୁବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଖଣି ପ୍ରଭାବିତ ଅଞ୍ଚଳର କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତର ମାଲିପଦର, ଡୁମେରପଦର, କଣ୍ଟାମାଳ, ବୁଣ୍ଡେଲ, ଅଲିଗୁଣା, ସାଗବାରୀ, ପେଲନକୋଣା, କଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମପଦର ପଞ୍ଚାୟତର ତିଜିମାଳୀ ଓ ଚୂଲୁବାଡି ଭଳି ଦଶଟି ଗ୍ରାମକର ଲକେ ରାୟଗଡାରେ ପହଞ୍ଚିଥିଲେ । ଏସମସ୍ତ ପ୍ରଭାବିତ ଅଞ୍ଚଳବାସୀ ଯୋଗଦେଇ ନିଜ ମତ ପ୍ରକାଶ ସହ ମୈତ୍ରୀ ତୁମେ ଆଗକୁ ବଡ଼ ଆମେ ସାଥ ଅଛୁ, ଆମ ଅଞ୍ଚଳର ବିକାଶ ଆମର ଦାବି, ସିଜିମାଳୀ ଖଣି ଖୋନନ କରିବା ଆମର ଦାବି, ସିଜିମାଳୀ ଖଣି ଶୀଘ୍ର ଖୋନନ କରିବା ଆମର ଦାବିର ସ୍ଲୋଗାନରେ ରାୟଗଡା କୋମ୍ପି ଥିଲା । ଏହି ବିଶାଳ ଶୋଭା ଯାତ୍ରାରେ ୧୫ ହଜାରରୁ ଉର୍ଦ୍ଧ ଲୋକେ ରାୟଗଡା ର କୋରାପୁଟ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯାଳୟ ରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରପତ୍ର ଜିଲ୍ଲା ପାଳଙ୍କୁପ୍ରଦାନ କରାଯାଇଥିଲ । କୈଳାଶ ଚନ୍ଦ୍ର ଖୋସଲା କହିବା ଅନୁଯାଇ ମୈତ୍ରୀ କମ୍ପାନୀ ଦୀର୍ଘ କୋଡିଏ ବର୍ଷ ହେଲା ରାୟଗଡା ଜିଲ୍ଲାର ଅଖପାଖ ଅଞ୍ଚଳର ଖଣି ଖାଦାନୀ ପରିଚାଳନା କରିବା ସହିତ ଖଣି ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦୦୦୦ହଜାରରୁ ଊଦ୍ଧ୍ୱର୍ର୍ ଆଦିବାସୀ ଓ ହରିଜନ ପରିବାରଙ୍କୁ ମାସିକ ଆର୍ଥିକ ସହାୟତା ଦେବା ସହିତ ସେମାନଙ୍କ ସାମାଜିକ ବିକାଶରେ ସହାଭାଗିତା କରିଆସୁଛି । ମୈତ୍ରୀ କମ୍ପାନୀ କେବଳ ବ୍ୟବସାୟ ନୁହେଁ ବରଂ ସମାଜରେ କଲ୍ୟାଣକାରି କାର୍ଯ୍ୟକ୍ରମ କରିଛି ଯେଭଳି ଗୋମନା ଗୋମନର ସୁଭିଧା ପିଇବା ପାଣି ମାଗଣାରେ ସ୍ୱାସ୍ଥ୍ୟ ସେବା ଭଳି ଅନେକ କାର୍ଯ୍ୟକ୍ରମ ଜାରି ରଖିଛି । ଆଦିବାସୀ ଓ ହରିଜନ ସାମ୍ପ୍ରଦାୟର ମହିଳାଙ୍କୁ ସଶକ୍ତିକରଣ କରିବା, କ୍ରୀଡା ଓ ଯୁବଶକ୍ତିଙ୍କୁ ପ୍ରଚାହିତ କରିବା, ପୁରୁଣା ମନ୍ଦିର ମାନଙ୍କପୁନ ଉଦ୍ଧାର କରିବା ଭଳି ଅନେକ କାର୍ଯ୍ୟକ୍ରମ କରୁଚି ବୋଲି ମତପ୍ରକଶ କରିଥିଲେ । ଖଣି ଖନନ ହେଲେ ଅଞ୍ଚଳର ବିକାଶ ସାମାଜିକ, ଅର୍ଥନୈତିକର ବିକାଶ ଘଟିବା ସହିତ ବେକାରୀ ସମସ୍ୟା ଦୁର ହେବ ବୋଲି ବୁଦ୍ଧିଜୀବୀ କୈଳାଶ ଚନ୍ଦ୍ର ଖୋସଲା ମତ ପ୍ରକାଶ କରିଥିଲେ । ସେହିପରି ସିଜିମାଳୀ ଖଣି ଖୋନନ ଦ୍ୱାରା ଅଞ୍ଚଳର ନିଯୁକ୍ତି ର ସୁଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ଗୋମନା ଗୋମନର ଉନ୍ନତି ହେବା ସହିତ, ଅଞ୍ଚଳବାସୀଙ୍କ ଆର୍ଥିକ ଅବସ୍ଥା ଭି.ସୁଧୀରବ ବୋଲି ବୁଦ୍ଧିଜୀବୀ ଗୁଣନିଧି ବାଗ, ନବୀନ ନାୟକ, ରାଜେନ୍ଦ୍ର ନାୟକ, ଦୀପକ କୁମାର ଶତପଥି ପ୍ରମୁଖ ମତ ପ୍ରକାଶ କରିଥିଲେ ।