ବଢୁଛି ଏଡ୍ସ ରୋଗୀଙ୍କ ସଂଖ୍ୟା : ୧୧ମାସରେ ୩୮ ରୋଗୀ ଚିହ୍ନଟ 

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଏଡ୍ସ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ଶିଳ୍ପ ଖଣି ଖାଦାନ ଦିନକୁ ଦିନ ବଢ଼ି ଚଳିବ ସହିତ ଏଡ୍ସ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ବ୍ୟାପକ ଜନ ସଚେତନତା ହେଉଥିଲେ ମଧ୍ୟ ଏହାକୁ ଲଗାମ ଲଗାଇବାରେ ସଫଳ ହେଇ ପାରିନି ସ୍ୱାସ୍ଥ୍ୟ ବିଭାଗ । ଚଳିତ ୧୧ ମାସ ମଧ୍ୟରେ ଜିଲ୍ଲାରେ ୩୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦୦ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
 ଜିଲ୍ଲାରେ ୨୦୨୧ରେ ମାତ୍ର ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଥିବାବେଳେ ୨୦୨୨ରେ ଏହା  ୩୬ରେ ପହଞ୍ଚôଥିଲା । ୨୦୨୩ରେ ଏହା ୩୭ ହୋଇଥିବାବେଳେ ୨୦୨୪ରେ ନଭେମ୍ବର ସୁଦ୍ଧା ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବ୍ୟାପକ ଜନ ସଚେତନତା ସତ୍ତ୍ୱେ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ୨୦୦୩ ମସିହାରୁ ଏଚ୍ଆଇଭି ଏଡ୍ସ ଆକ୍ରାନ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ସମୟରେ ଏଚ୍ଆଇଭି ପରୀକ୍ଷା କରାଯାଉଛି । ୨୦୦୬ରୁ ୨୦୨୪ ନଭେମ୍ବର ମଧ୍ୟରେ ପ୍ରାୟ ୨୫ ହଜାରୁ ଅଧିକ ଜଣଙ୍କ ନମୂନା ପରୀକ୍ଷା କରାଯାଇଛି  । ଯେଉଁଥିରୁ ଆଜିଯାଏଁ ଜିଲ୍ଲାରେ ପ୍ରାୟ ୬୦୦ ଜଣ ଏଚ୍ଆଇଭି ଏଡ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮୨ ଜଣଙ୍କର ବିଭିନ୍ନ କାରଣରୁ ମୃତୁ୍ୟ ହୋଇସାରିଛି । ବର୍ତ୍ତମାନ ଜିଲ୍ଲାରେ ୪୧୮ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିସôାଳୟର ପକ୍ଷରୁ ଗୋପନୀୟ ଭାବେ ଚିକିତ୍ସା କରାଯିବା ସହ ଔଷଧ ଯୋଗାଇ ଦିଆଯାଉଛି । ଏଡ୍ସକୁ ନେଇ ବହୁ ସଚେତନତା  ସୃଷ୍ଟି କରାଯାଉଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲାରେ ଏଚ୍ଆଇଭି ଏଡ୍ସ  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୨୦-୨୧ ମସିହା ବେଳକୁ ଏହା ନିୟନ୍ତ୍ରଣରେ ରହି ରହିଥିବା ବେଳେ ୨୦୨୨ରୁ ଲଗାତର ୩ ବର୍ଷ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଲାଗିଛି । ଯାହା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା  ବଢ଼ାଇଛି । ଜିଲ୍ଲାରେ ବର୍ତ୍ତମାନ ଦିନକୁ ଦିନ କଳକାରଖାନା ଓ ଶିଳ୍ପ ବଢିଚାଲିଥିବାବେଳ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ କାମ କରିବାକୁ ଆସୁଛନ୍ତି । ଏହାଛଡା ଅନେକ ଲୋକ ବିଶେଷ କରି ଯୁବଗୋଷ୍ଠୀ ଦାଦନ କିମ୍ବା ବାହାର ରାଜ୍ୟକୁ ରୋଜଗାର ଲକ୍ଷ୍ୟରେ ଯାଉଛନ୍ତି । ସେଠାରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଛନ୍ତି । ଯାହାଫଳରେ ଏଚ୍ଆଇଭି ସଂକ୍ରମିତ ହେଉଛନ୍ତି । ଘରକୁ ଫେରି ପନôୀଙ୍କ ସହ ସମ୍ପର୍କ ରଖିବା ଫଳରେ ଉଭୟ ପତି, ପନôୀ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । କେତେକ କ୍ଷେତ୍ରରେ ସେମାନଙ୍କ ଶିଶୁ ବି ଏଚ୍ଆଇଭି ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ଏଥିପାଇଁ ଗର୍ଭଧାରଣ ପର ଠାରୁ ପଞ୍ଜିକରଣ ସମୟରେ ଏଚ୍ଆଇଭି ପରୀକ୍ଷା କରାଯାଉଛି । ଏହାପରେ ବି ୧୪ବର୍ଷରୁ କମ୍ ୧୯ ଜଣ ଶିଶୁ ଆକ୍ରାନ୍ତ ରହିଛନ୍ତି ।  ୧୮ରୁ ୩୫ ବର୍ଷର ଯୁବକମାନେ ଅଧିକ ଆକ୍ରାନ୍ତ ହେଉଥିବା ତଥ୍ୟରୁ ଜଣାଯାଇଛି । ଏଥିପାଇଁ ଆହୁରି ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।