ହାଇୱା ଧକ୍କାରେ ୨ ଛାତ୍ରୀ ଆହତ

 ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ବାଲି ବୋଝେଇ ହାଇୱା ଧକ୍କାରେ ୨ ଛାତ୍ରୀ ଆହତ ହୋଇଛନ୍ତି । ଆହତମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଲିଜା ପ୍ରଧାନ (୧୪) ଓ ହିଞ୍ଜିଳି ମଠପଦର ସାହିର ମୋହିନୀ ସାହୁ(୧୭) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ପ୍ରକାଶ ଯେ, ସୋମବାର ସକାଳେ ୨ ଜଣ ଛାତ୍ରୀ ସାଇକେଲ ଯୋଗେ ଗ୍ରାମରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ପାକିଡି ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ଏକ ହାଇୱା ତାରାତାରିଣୀ ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ୨ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ୨ ଛାତ୍ରୀ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।