ମୃତଦେହ ଉଦ୍ଧାର
ସୋର: ସୋର ଥାନା ଦାଣ୍ଡହରିପୁର ପଞ୍ଚାୟତ ରେଳ ଫାଟକ ନିକଟରେ ନୟନଯୋରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋର ପୁଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଦାଣ୍ଡହରିପୁର ଗ୍ରାମର କୃଷ୍ଣଚନ୍ଦ୍ର ମଲିକ (୫୮) ଗତକାଲି ବାରିକପୁର ହାଟକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ହାଟରୁ ସାଇକେଲରେ ଫେରିବା ବେଳେ ରେଳ ଫାଟକ ନିକଟରେ ଥିବା ଏକ ନୟନଯୋରୀରେ ପାଣିରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ କୃଷ୍ଣ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ । ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ଜବତ କରି ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପୁଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ବ୍ୟବହୃତ ସାଇକେଲ ଟିକୁ ଜବତ କରିଛି ।