ଦୁଇ ମାଓ ସହଯୋଗୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ପୋଲିସ ଦ୍ୱାରା ଦୁଇଜଣ ମାଓ ସହଯୋଗୀ ଗିରଫ । ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାରେ ଚାଲିଥିବା ମାଓ ମୁକ୍ତ ଅଭିଯାନରେ ଚିନ୍ତଲନାର ଥାନା ଅଞ୍ଚଳ ମୁକରମ, ପଟେଲପାରା, ନାଡମେଟଲା ଗ୍ରାମ ଓ ଆଖପାଖ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିଲା । ଏହି ସମୟରେ କିଛି ଗ୍ରାମବାସୀଙ୍କୁ ଏକତ୍ରୀତ କରି ମାଓ ସଙ୍ଗଠନ ପକ୍ଷରୁ ସଭା କରା ଯାଉଥିଲାା ଏ ସମ୍ବନ୍ଧରେ ସୁଚନା ପାଇ ଚିନ୍ତାଲନାର ପୋଲିସ ମୁକରମ ଗ୍ରାମରେ ପହଞ୍ଚô ଭୋଗାମ ରାମା ଓ ମାଡବି ରିତେଶ ନାମକ ଦୁଇ ମାଓ ସହଯୋଗୀକୁ ଗିରଫ କରିଛନ୍ତିା ଏହି ଦୁଇଜଣ ଉକ୍ତ ଗ୍ରାମବାସୀ ମାନଙ୍କୁ ମାଓବାଦୀଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ହେଉଥିବା ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବା ନିମନ୍ତେ ଉସ୍କାଉଥିଲୋ ଫଳରେ ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତିା
 
 Rasmita Behera
                                    Rasmita Behera                                 
    
 
    
 
 
 
