ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ଖଣି ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ । ବାଲି ଚୋରା ଚାଲାଣ ରୋକିବାକୁ ଚେକିଂ କରୁଥିଲେ । ଏହି ସମୟରେ ଗୋଡାଇ ଗୋଡ଼ାଇ ମାଡ଼ ମାରିଲେ ବାଲି ମାଫିଆ । କେନ୍ଦୁଝରରୁ ଆସିଛି ଏଭଳି ସାଂଘାତିକ ଖବର । ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଉପରେ ବାଲି ମାଫିଆ ଜୋରଦାର ଆକ୍ରମଣ କରିଛନ୍ତି । ଆକ୍ରମଣରେ କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ ଆହତ ହୋଇଛନ୍ତି । ଡ୍ରାଇଭର ଓ ଜଣେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଫାଟି ଯାଇଥିବା ବି ସୂଚନା ମିଳିଛି । ଅଭିଯୋଗ ଅନୁସାରେ ୬ରୁ ଅଧିକ ୪ ଚକିଆ ଗାଡିରେ ମାଫିଆମାନେ ପିଛାକରି ଘଷିପୁରା ଥାନା ସୁଡୁସୁଡ଼ିଆ ଛକ ନିକଟରେ ଗାଡି ଅଟକାଇଥିଲେ । ପରେ ଲୁହା ପାଇପରେ ଖଣି ବିଭାଗ ବୋଲେରୋ ଗାଡି କାଚ ଭାଙ୍ଗିବାସହ ଅଧିକାରୀ, ସୁରକ୍ଷା କର୍ମି ଓ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।