ଶିଶୁ ବିକାଶକେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ

 ବଲାଙ୍ଗିର:  ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୦ତମ ପ୍ରତିଷ୍ଠା ବର୍ଷ ଅବସରରେ ଖୁଜେନପାଲି ସରକାରୀ ଭ.ପ୍ରା. ବିଦ୍ୟାଳୟରେ ବିବିଧ କାର୍ଯ୍ୟକ୍ରମ ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଓ ଡା. ଅଶୋକ କୁମାର ସେଠୀ ସମ୍ମାନିତ ବକ୍ତାଭାବରେ ଯୋଗ ଦେଇ ଶିଶୁ ସ୍ୱାସ୍ଥ୍ୟ ରକ୍ଷା ଉପରେ ସଚେତନ କରାଇଥିଲେ । ସଂପାଦକ ମଧୁ ସାହୁ କୁଇଜ କାର୍ଯ୍ୟକ୍ରମ ଓ ପରି·ଳନା କରିଥିଲେ । ବିଦ୍ୟାଳୟର ଚଳିତ ବର୍ଷର ଉତ୍ତମ ଛାତ୍ରୀ ଭାବରେ କୁମାରୀ ନୈନା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାଳଗୋପାଳ ସିଂନିନା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।