ଦୁର୍ନୀତି ନିବାରଣ ସଚେତନତା
ଜଗତସିଂହପୁର: ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ଆର୍ମି ବିଭାଗର କାମାଣ୍ଡିଂ ଅଫିସରଙ୍କ ନିଦେ୍ର୍ଦଶରେ ସମର ଶିକ୍ଷାର୍ଥୀ ବାହିନୀମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ପାଢୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏନ୍ସିସି ଅଫିସର ଅମୂଲ୍ୟ କୁମାର ମିଶ୍ର ସମସ୍ତ ଏନ୍ସିସି କ୍ୟାଡେଟ୍ମାନଙ୍କୁ ଏକ ଦୁର୍ନୀତି ମୁକ୍ତ, ଶୋଷଣ ଓ ଭ୍ରଷ୍ଟାଚାର ବିହୀନ ସତ୍ୟନିଷ୍ଟ ସମାଜ ଗଠନ ସହିତ ରାଷ୍ଟ୍ରର ସମୃଦ୍ଧିପ୍ରତି ଯନôବାନ ହେବା ପାଇଁ ଶପଥପାଠ କରାଇଥିଲେ । ଏନସିସି କ୍ୟାଡଟମାନେ ନିକଟସ୍ତ ଗ୍ରାମ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ । ଅପରାହ୍ନରେ ଏନସିସି ଅଫିସରଙ୍କ ଅଧ୍ୟକ୍ଷତାରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବରିଷ୍ଠ ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଓ କ୍ୟାଡଟ ସାଇସୌମ୍ୟ ଦାସ, ସାଇ ଶ୍ରୀମାନ, ଶୁଭ୍ରାଂଶୀ ମହାନ୍ତି, ଅର୍ଚ୍ଚନା ମହାନ୍ତି, ମୈତ୍ରୀ ସାହୁ, ଶକ୍ତିପ୍ରକାଶିନୀ ତାରେଣୀଆ, ରାଜଲଷ୍ମୀ ରାୟ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ବିଶ୍ୱଜିତ ସାହୁ, ସିତୁରଞ୍ଜନ ସାହୁ, ଜି. ବୁଦ୍ଧଦତ୍ତ, ରାଜଲଷ୍ମୀ ମୁଦୁଲି ପ୍ରଭୃତି କ୍ୟାଡେଟଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହାୟତା କରିଥିଲେ ।