ବେଆଇନ ବାଲି  ବୋଝେଇ ହାଇୱା ଜବତ

ଜଗତସିଂହପୁର: ତିର୍ତ୍ତୋଲ ପୋଲିସ ପକ୍ଷରୁ ଭାରପ୍ରାପ୍ତ ଥାନା ଅଧିକାରୀ ଏସ୍ଆଇ ଅନିରୁଦ୍ଧ ରାଉତଙ୍କୁ ବିଳମ୍ବିତ ରାତିରେ ପାଟ୍ରୋଲିଙ୍ଗ ସମୟରେ ଏକ ବେଆଇନି ବାଲି ବୋଝେଇ ହାଇୱାକୁ ଜବତ କରି ତିର୍ତ୍ତୋଲ ଥାନାରେ ଅଟକ ରଖିଥିଲେ । ହାଇୱା ଜବତ କରିବା ଶ୍ରୀ ରାଉତଙ୍କ ପାଇଁ କାଳ ହେଲା । ରାତିଯାକ ପୋଲିସ ବାବୁଙ୍କର ନିଦ ହଜିଯାଇଥିଲା ଯେତେବେଳେ ଜାଣିଲେ ଜେ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଜବତ ହାଇୱା ମାଲିକଙ୍କ ସମ୍ପର୍କ ଅତି ଘନିଷ୍ଠ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଉତଙ୍କୁ ଦିନ ତମାମ ଟିଉସନ କରିବାପରେ ତିର୍ତ୍ତୋଲରୁ ଜଗତସିଂହପୁର ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ନମ୍ବର ୯୧୧୨ ରେ ତୁରନ୍ତ ବଦଳି କରିଥିବା ଜିଲ୍ଲାରେ ଚର୍ଚ୍ଚାର ଖୋରାକ ଯୋଗାଇଛି । କାହିଁକି ଓ କ’ଣ ପାଇଁ ଏସ୍ଆଇଙ୍କୁ ବଦଳି କରାଗଲା, କାଳେ ମେଡିଆ ଆଗରେ ସତ କହିଦେବେ ।ସେଥିପାଇଁ ସକାଳୁ ସକାଳୁ ତାଙ୍କୁ ଜଗତସିଂହପୁରକୁ ଡାକରା ଆସିଯାଇଥିଲା । ଜବତ ହାଇୱାକୁ ଛଡାଇବା ପାଇଁ ଜନୈକ ବିଜେପିର ପ୍ରଭାବଶାଳୀ ନେତା ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବା ଜଣାପଡିଛି । ନେତା, ପୋଲିସ ଓ ମାଇନ୍ସ ଅଧିକାରୀଙ୍କ ମଧ୍ୟରେ ବାଲିବୋଝଇ ହାଇୱାକୁ ଛଡାଇବା ପାଇଁ ମସୁଧା ଚାଲିଛି । ବେଆଇନି ବାଲି ବୋଝେଇ ହାଇୱା ପାରାଦୀପ ଅଭିମୁଖେ ଯାଉଥିଲା, ବିନା ପେପରରେ ଓ ବିନା ଟ୍ରାଞ୍ଜିଡ ପାସ୍ରେ ଯଇପୁର ବାଲି ଘାଟରୁ ବାଲି ଆଣି ପାରାଦୀପ ଆଭିମୁଖେ ଯାଉଥିଲା । ଏ ସମ୍ପର୍କରେ ତିର୍ତ୍ତୋଲ ପୋଲିସ ମୁହଁ ଖୋଲୁ ନଥିବାବେଳେ ଜଗତସିଂହପୁର ମାଇନ୍ସ ଅଧିକାରୀ ତଦନ୍ତ କରାଯିବ ବୋଲି କହିଥିଲେ ।