ଅଧିବକ୍ତା ପରିଷଦର ୭୫ ତମ ସମ୍ବିଧାନ ଦିବସ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଅଧିବକ୍ତା ପରିଷଦର ୭୫ତମ ସମ୍ବିଧାନ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ଅଧିବକ୍ତା ପରିଷଦ ସମ୍ପାଦକ ମୁଖ୍ୟ ବକ୍ତା ଦେବାଶିଷ ତ୍ରିପାଠୀ ଙ୍କ ଉଦ୍ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଷ୍ଟ୍ର ହିତ ଏବଂ ରାଷ୍ଟ୍ର ପରିଚାଳନାରେ ଅଧିବକ୍ତାଙ୍କ ମୁଖ୍ୟ ଭୂମିକାର ଆଲୋଚନା କରାଯାଇଥିଲା । ସଭାରେ ଆଇନଜୀବୀ ଅକ୍ଷୟ ମହାନ୍ତି, ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ସରୋଜ ରାଜ ସିଂହଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଜିଲ୍ଲାରେ ଦୁଇ ଜଣ କୃତିବାସ ସ୍ୱାଇଁ, ଶିବ ପ୍ରସାଦ ଦଳେଇ ସେବା କାର୍ଯ୍ୟରେ ନିବୃତ ରହି ବିନା ଦ୍ୱିଧାରେ ସେବା କାର୍ଯ୍ୟକୁ ନିଜର ବ୍ରତ ରୂପେ ପାଥେୟ କରି ଆସୁଥିବାରୁ ଏମାନଙ୍କୁ ମହାତ୍ମା ବିଦୁର ସମ୍ମାନ ପାଇଁ ସମ୍ମାନିତ କରାଯାଇଛି । ସମ୍ପାଦକ ସାରଦା ପ୍ରସନ୍ନ ନାୟକ, ପରିଚାଳନା କରିବା ସହ ମଞ୍ଚାସୀନ ଅତିଥି ମଧ୍ୟରେ ଜିଲ୍ଲା ଅଧିବକ୍ତା ପରିଷଦ ସଭାପତି କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ, ଅଧିବକ୍ତା ସଞ୍ଜୟ ପତ୍ରୀ ଉପସ୍ଥିତ ରହି ସମ୍ବିଧାନ ସପ୍ତାହ ପାଳନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ଏଥି ସହ ଜିଲ୍ଲା ଅଧିବକ୍ତା ପରିଷଦ ସଦସ୍ୟ ସମର କେଶରୀ ମହାପାତ୍ର, ବିନୋଦ ବେହେରା, ମାନସ ରଞ୍ଜନ ଶତପଥୀ, ଶାନ୍ତି ସ୍ୱରୂପ ଭୂୟାଁ, ନେହେରୁ ସାହୁ, ଭବାନୀ ପଣ୍ଡା ଉପସ୍ଥିତିଥିଲେ ।