୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି    

୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି    

ଭୁବନେଶ୍ୱର : ଟିକେଟ ଚୟନ ପାଇଁ ଢ଼େର ଅଙ୍କ କଷା ଗଲା  । ଭୁବନେଶ୍ୱରରୁ ନେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସିଲା  । ଶେଷରେ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ଟିକେଟ ଘୋଷଣା କରାଯାଇଛି  । ଅନେକ ସ୍ଥାନରେ ପୁରୁଖାଙ୍କୁ ହଟାଇ ନୂଆ ନେତାଙ୍କ ଉପରେ ଦଳ ଭରସା କରିଛି  । କେତେକ ସ୍ଥାନରେ ଟାଣୁଆ ନେତାଙ୍କୁ ଅଣଦେଖା କରାଯାଇ ପୁରୁଣା ନେତାଙ୍କୁ ଟିକେଟ ଧରାଇ ଦିଆଯାଇଛି  । ଯାହାକୁ ନେଇ ଅସନ୍ତୋଷ ବି କୁହୁଳିବା ଆରମ୍ଭ କରିଛି  ।“ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତି ଆଧାରରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି  । ଚାନ୍ଦବାଲିରୁ ଏଥର ପୁଣି ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ  । ସେହିପରି ପାଟଣାଗଡ଼ରୁ କନକବର୍ଦ୍ଧନ ସିଂହଦେଓ ଓ ସମ୍ବଲପୁରରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ଥରେ ନିର୍ବାଚନ ଲଢ଼ିବେ  । ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କର ଟିକେଟ କଟିଯାଇଛି  । ମାହାଙ୍ଗାର ଟାଣୁଆ ନେତା ଶାରଦା ପ୍ରଧାନଙ୍କ ଟିକେଟ ବି କଟିଛି  ।
୪୭ ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି  । ପଦ୍ମପୁର, ଅତାବିରା, ବ୍ରଜରାଜନଗର, ରଘୁନାଥପଲ୍ଲୀ, ବଣାଇ, ଜଳେଶ୍ୱର, ସୋରୋ, ଭଦ୍ରକ, କୋରେଇ, ଆଠମଲ୍ଲିକ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଖରିଆର, ଧର୍ମଗଡ଼, ବାଲିଗୁଡ଼ା, ଜି.ଉଦୟଗିରି, ବୌଦ୍ଧ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, କଟକ ସଦର, ମାହାଙ୍ଗା, ପାଟକୁରା, ଆଳି, ମହାକାଳପଡ଼ା, ତିର୍ତୋଲ, ବ୍ରହ୍ମଗିରି, ଜୟଦେବ, ଭୁବନେଶ୍ୱର ଉତର, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼, କବିସୂର୍ଯ୍ୟନଗର, ଖଲିକୋଟ, ଛତ୍ରପୁର, ଆସ୍କା, ହିଞ୍ଜିଳି, ବ୍ରହ୍ମପୁର, ଦିଗପହଣ୍ଡି, ଗୁଣୁପୁର, କୋରାପୁଟ, ପଟାଙ୍ଗୀ ଓ ମାଲକାନାଗିରିରେ ଦଳ ପ୍ରାର୍ଥୀ ବଦଳାଇଛି  ।
ସେହିପରି ଯେଉଁସବୁ ସ୍ଥାନରେ କେଁ ରହିଛି ବା ଆମଦାନୀ ନେତାଙ୍କ ଉପରେ ନଜର ରହିଛି ସେହିସବୁ ବିଧାନସଭା ଆସନ ପାଇଁ ଦଳ ଟିକେଟ ଚୂଡ଼ାନ୍ତ କରିନାହିଁ  ।