ଡାକ୍ତରଙ୍କ ଠାରୁ ମୋବାଇଲ ଲୁଟ୍ କରିଥିବା ଦୁଇ ଦୁର୍ବୃତ୍ତ ଗିରଫ

 ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅଞ୍ଚଳରେ ନିଜ ଡୁ୍ୟଟି ସାରି ଫେରୁଥିବା ସମୟରେ ଦିନ ଦ୍ୱିପହରରେ ଲୁଟର ଶିକାର ହୋଇଥିଲେ ଜଣେ ମହିଳା ଡାକ୍ତର ।  ଗତ ୧୬ ତାରିଖରେ ଡାକ୍ତର ଶିବାନୀ ସାହୁ ଡୁ୍ୟଟି ସାରି ସ୍କୁଟିରେ କେବିଡ଼ି ଗ୍ରାମରୁ ଜୟପୁର ଫେରୁଥିବା ସମୟରେ ଡଙ୍ଗର ଖୋମାର ଜଙ୍ଗଲ ନିକଟରେ ତିନି ଦୁର୍ବୃତ୍ତ ସ୍କୁଟି ଅଟୋକାଇ ଡାକ୍ତରଙ୍କ ପର୍ସରେ ଥିବା ୧୫୦୦ ଟଙ୍କା, ମୋବାଇଲ, ଏଟିଏମ କାର୍ଡ ଦୁଇଟି, ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଲୁଟି ନେଇଥିଲେ । ଏ ନେଇ ଡାକ୍ତର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୋରିଗୁମ୍ମା ପୋଲିସ ମୋବାଇଲ ନମ୍ବରକୁ ସାଇବର ସେଲରେ ଦେଇ ଟ୍ରାକ୍ କରି ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ତିନି ଜଣଙ୍କ ମଧ୍ୟରୁ ଜଣେ ଫେରାର ଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଅନ୍ୟ ଜଣକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବୋରିଗୁମ୍ମା ସବ ଇନ୍ସପେକ୍ଟର ରଚିତା ମାଡ଼କାମି ସୂଚନା ଦେଇଛନ୍ତି ।