ସକାଳୁ ଜନଗହଳିପୂର୍ଣ୍ଣ ଯାଗା ଓ ରାସ୍ତା ମଝିରେ ଫୁଟୁଛି ଗୁଳି, ୧ ଗୁରୁତର ; ସେପଟେ ମଦ ପିଇ ମାଡ ଖାଉଛି ପୁଲିସ : ରାଉରକେଲା ପୁଲିସ ଓ ଲୋକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ରାଉରକେଲା ପୁଲିସକୁ ନେଇ ଗତ କିଛି ବର୍ଷ ଧରି ବିଭିନ୍ନ ସମୟରେ ସାଧାରଣ ଲୋକେ ନାନା ପ୍ରଶ୍ନ ଉଠାଉଥିବା ବେଳେ ନିକଟରେ ଆସିଥିବା ଏସପିଙ୍କୁ ନେଇ କିଛିଟା ଆଶ୍ୱସ୍ତ ହୋଇଥିଲେ ଲୋକେ, ହେଲେ ରବିବାର ଦିନ ଦିନ ଦ୍ୱିପ୍ରହରେ ପିସିଆର ଗାଡିର ଦୁଇ କନେଷ୍ଟବଳ ଛେଣ୍ଡ ବିଦେଶୀ ମଦ ଦୋକାନର ସମ୍ମୁଖରେ ମଦ ପିଇ ନାଲି ଆଖି ଦେଖାଇ ମାଡ ଖାଇବା ଘଟଣାର କିଛି ସମୟ ପରେ ଅର୍ଥାତ ପର ଦିନ ଆଜି ସୋମବାର ସକାଳୁ ଟ୍ରାଫିକ ଗେଟ ସମ୍ମୁଖ ବଜାର ସମ୍ମୁଖର ରିଂ ରୋଡ ଉପରେ ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଆକ୍ରମଣ କରିବା ସହ ତାକୁ ଗୁଳି ମାରିବା ଘଟଣାରେ ସାଧାରଣ ଲୋକେ ପୁଲିସର ପାରିବା ପଣିଆକୁ ନେଇ ଉଠାଇଛନ୍ତି ପ୍ରଶ୍ନ, ସମସ୍ତଙ୍କ ମୁହଁରେ ଗୋଟିଏ କଥା ସହର ବାସୀ ଏବେ ସୁରକ୍ଷିତ ତ ? ସେମାନଙ୍କ ଧନଜୀବନ ସୁରକ୍ଷିତ ରହିବ ତ ? ବଜାରକୁ ଯାଇ ସେମାନେ ଫେରିପାରିବେ ତ ? ଏହିଭଳି ନାନା ପ୍ରଶ୍ନ ଲୋକଙ୍କ ମୁହଁରେ । ଘଟଣାରୁ ପ୍ରକାଶ ଯେ, ଗତକାଲି ଦିନ ପ୍ରାୟ ୨ଟା ବେଳେ ଏକ ପିସିଆର ଗାଡିରୁ ୨ଜଣ ପୋଷାକଧାରୀ ପୁଲିସ ଓହ୍ଲାଇ ମଦ ଦୋକାନରୁ ମଦନେଇ ନିକଟରେ ପିଇ ଥିଲେ, ପରେ ରାସ୍ତା ଉପରକୁ ଆସି ଲୋକଙ୍କୁ ନାଲି ଆଖି ଦେଖାଇଥିଲେ,ଏଥିରେ କିଛି ମଦୁଆ ରାଗିଯାଇ ସେ ଦୁଇ ଜଣଙ୍କୁ ଉତମ ମଧ୍ୟମ ଦେବା ସହ ତାଙ୍କ ପୋଷାକକୁ ଚିରିଦେଇଥିଲେ । ସେହି ଦୃଶ୍ୟକୁ କିଛି ଲୋକ ମୋବାଇଲରେ ରେକର୍ଡିଂ କରିବାରୁ ସେମାନଙ୍କ ମୋବାଇଲ ୩ଟିକୁ ଅନ୍ୟ ପୁଲିସ ବାଲା ଛଡେଇ ନେଇ ଭିଡିଓକୁ ଉଡାଇଦେଇଥିଲେ । ଏତିକିରେ କଥା ସରିଲାନି କଥା ପ୍ରଘଟ ହେବାରୁ ସେଠାରେ ଥିବା ଜଣେ କ୍ୟାମେରା ମ୍ୟାନ ସମ୍ପୂର୍ଣ୍ଣ ଦୃଶ୍ୟକୁ ସୁଟିଂ କରିଥିବା ଖବର ପାଇଥିଲେ କିଛି ବଡ ବାବୁ , କାଳେ ସେ ଏହାକୁ ଅନ୍ୟମାନଙ୍କୁ ଦେଇଦେବେ ତାଙ୍କୁ ଗୁହାରୀ କରି ଭିଡିଓ ନଦେବାକୁ ଅନୁରୋଧ କଲେ । ହେଲେ କଥା ଲୁଚିଲାନି ଘଟଣାକୁ ଦେଖିଥିବା ଲୋକେ ଅନ୍ୟମାନଙ୍କୁ ଜଣାଇଦେଲେ, ମିଡିଆ ତଦନ୍ତ ଆରମ୍ଭ କଲାକ୍ଷଣି ଜଣେ ଡ୍ରାଇଭର ବାବୁ ଘଟଣାକୁ ଜାଣିଥିବା କୋକଙ୍କୁ ଫୋନ କରି ଏସପି ଓ ଥାନା ବାବୁଙ୍କୁ ନାଁ କହି ଧମକେଇବା କଥା ପୁଲିସର ଏଭଳି କାରନାମାକୁ ନେଇ ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ କହିଥିଲେ କଥା କଥାକେ ନାଲି ଆଖି । ସବୁ ଚେକିଂ କରୁଛ, ମଦୁଆଙ୍କୁ ରୋକିବ କଣ ନିଜେ ମଦ ପିଇ ରାସ୍ତାରେ ଗଡୁଛ ପୁଣି କହୁଛ ଆମେ ପୁଲିସ ଭିଡିଓ ଭାଇରାଲ କରିଦେଲେ କଥା ଅଲଗା ହୋଇଜିବ । ଏହି ମଦ ଦୋକାନ ଏକ ଘରୋଇ ପରିବେଶରେ ରହିଛି ସେଠାରେ ଥିବା ଲୋକେ ଏହି ଦୋକାନ ଲାଗି ନାନା ସମସ୍ୟାରେ ପଡୁଛନ୍ତି, ମଦୁଆ ଲୋକଙ୍କ ଦୁଆର ମୁହଁରେ ବୋତଲ ଖୋଲୁଛନ୍ତି, ସେ ଅଁଚଳରେ ଏତେ ଭିଡ଼ ହେଉଛି ଯେ ରାସ୍ତା ଅତିକ୍ରମ କରିବା କଷ୍ଟକର ବ୍ୟାପାର । ପୁଲିସ କେବଳ ନାମକୁ ମାତ୍ର ବୁଲିଦେଇ ଜିବା କଥା ମଦ ଦୋକାନୀ ସହ ମାସିକିଆ ଦେଖା ସାକ୍ଷାତକୁ ଇଙ୍ଗିତ କରୁଥିବା କୁହାଯାଉଛି ଯେଉଁଥିଲାଗପୁଲିସ ସଠିକ ଭାବେ କାମ କରୁନି ବୋଲି ଅଭିଯୋଗ ହେଉଛି । ଠିକ୍ ସେହିଭଳି ପୁଲିସ ପ୍ରତି ଭୟ ସହରରେ ଏତେ ପରିମାଣରେ କମିଯାଇଛି ଯେ, ନିକଟରେ ଯେଉଁ ଅଁଚଳରେ ରେପ ପରେ ରେପ ହୋଇଥିଲା ସେହି ଟ୍ରାଫିକ ବଜାର ସମ୍ମୁଖ ରିଂ ରୋଡ ଉପରେ ଠିଆ ହୋଇ ୨ଜଣ ଯୁବକ ଅନ୍ୟ ଜଣକୁ ୨ରାଉଣ୍ଡ ଗୁଳିକରି ଫେରାର ହୋଇଜିବା ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଆହତ ବ୍ୟକ୍ତି ଜଣକ ହେଲେ ଅଭେଷ ରାୟ, ସେ ଅଟୋ ବାଲାଙ୍କ ଲାଇନକୁ ପରିଚାଳନା କରି ରୋଜଗାର କରିବା ସହ ବିଭିନ୍ନ କାମ କରୁଥିଲେ, ତେବେ କୌଣସି ବ୍ୟବସାୟିକ କିମ୍ବା ପୂର୍ବ ଶତୃତା ଲାଗି କଥା ଏଭଳି ରୂପ ନେବା ସହ ସେ ଗୁଳିର ଶୀକାର ହୋଇଥିବା କୁହାଯାଉଛି । ତେବେ ଆହତଙ୍କୁ ଅଟୋରେ ଡାକ୍ତରଖାନାକୁ ପଠା ଜିବା ପରେ ପୁଲିସି ପହଁଚି ତଦନ୍ତ ଆରମ୍ଭ କରିବା ସହ ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି । ଆହତଙ୍କ ପରିବାର ଲୋକେ କହିବା ଅନୁଶାରେ, ପୂର୍ବ ଶତୃତାକୁ ନେଇ ଆକ୍ରମଣ ହୋଇଛି, ଆକ୍ରମଣକାରୀ ଅଭେଷଙ୍କୁ ମାରିଦେବାକୁ ଚାହିଁଥିଲେ । ତେବେ ସରକାରୀ ଡାକ୍ତରଖାନାରୁ ଆହତଙ୍କୁ ଆଇଜିଏଚ ପଠାଯାଇଛି । ରାଉରକେଲାରେ ଏହିଭଳି ଅପରାଧୀ ମାନେ ପୂର୍ବ ଶତୃତା, ବ୍ୟବସାୟୀକ ମାମଲାକୁ ନେଇ ବନ୍ଧୁକ ରଖି ଗୁଳି କରୁଛନ୍ତି କିନ୍ତୁ ପୁଲିସ ସେମାନଙ୍କର ଟେର ପାଉନିି । ପାଖରେ ଥିବା ଆଉଟପୋଷ୍ଟଟି ଦିନ ୧୨ ଯାଏ ବନ୍ଦ ଥିବା ବେଳେ ରାଉରକେଲାରେ ପୁଲିସ ମୁଖିଆଙ୍କ ଯୋଗଦାନ ପରେ କିଛି ପୁରୁଣା ଓ ରାଉରକେଲା ପ୍ୟାରା ବାବୁଙ୍କୁ ଭରଷା କରି କାମ କରୁଥିବାରୁ ସହରର କିଛି ଥାନା ମନଇଛା କାମ କରିବା ସହ ରାସ୍ତା ଉପରେ ପୁଲିସ ମଦ ପିଇ ମାଡ ଖାଇବା ଓ ରାସ୍ତା ଉପରେ ଜନଗହଳି ଯାଗାରେ ଅପରାଧୀ ମାନେ ଗୁଳି କରିବାକୁ ସାହାସ କରୁଛନ୍ତି, ଏହା ଦ୍ୱାରା ଲୋକେ ଆଉ ସହରରେ ସୁରକ୍ଷିତ ତ ? ବୋଲି ପ୍ରଶ୍ନ ହେଉଛି ।