ଦିବ୍ୟାଙ୍ଗ ସଶକ୍ତିକରଣରେ ଭଦ୍ରକ ରାଜ୍ୟରେ ପ୍ରଥମ  ପୁରସ୍କାର ଗ୍ରହଣ କରିବେ ଜିଲ୍ଲାପାଳ

ଭଦ୍ରକ: ସାମାଜିକ ସୁରକ୍ଷା ବିଭାଗ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ରରେ ସଫଳ ଜିଲ୍ଲା ଭାବେ ୨୦୨୪ ବର୍ଷ ପାଇଁ ଭଦ୍ରକ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଆଗାମୀ ଡିସେମ୍ବର ୩ ତାରିଖ ଦିନ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ କିଟ୍ ପରିସରରେ ଅପରାହ୍ନ ୫ଟାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭଦ୍ରକ ଜିଲା୍ଲ ପ୍ରଶାସନ ତରଫରୁ ଜିଲ୍ଲାପାଳ ଏହି ପୁରସ୍କାର ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ପ୍ରକାଶଥାଉକି ଭଦ୍ରକ ଜିଲ୍ଲା ସହ ବାଲେଶ୍ୱର,କେନ୍ଦ୍ରପଡା ଓ ଯାଜପୁର ୪ଟି ଜିଲ୍ଲାପାଇଁ ୨୦୨୧ ମସିହାରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଆବଶ୍ୟକ ଉପକରଣ ପ୍ରସ୍ତୁତି ଓ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିବା ଭଦ୍ରକ ଜିଲ୍ଲାର ପୁନର୍ବାସ କେନ୍ଦ୍ର ମଧ୍ୟ ରାଜ୍ୟସ୍ତରରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି । ଉକ୍ତ କେନ୍ଦ୍ର ତରଫରୁ କେନ୍ଦ୍ର ର୍ନିେଶକ ଭଗବାନ ପରିଡା ଅନୁଷ୍ଠାନ ପାଇଁ ସେହି କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବେ ।