ଥାନା ସମ୍ମୁଖରୁ ବାଇକ ଚୋରି
ସୋର: ସୋର ଥାନା ସମ୍ମୁଖରୁ ଗତକାଲି ରାତିରେ ଏକ ବାଇକ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମର ଉମାକାନ୍ତ ରାଉତ ଗତକାଲି ରାତିରେ ଥାନା ସମ୍ମୁଖରେ ଥିବା ଏକ କ୍ଲିନିକକୁ ଆସିଥିଲେ । ସେଠାରୁ ଘରକୁ ଏକ କାରରେ ଯାଇଥିବା ବେଳେ ବାଇକଟିକୁ କ୍ଲିନିକ ସମ୍ମୁଖରେ ରଖିଥିଲେ । ମାତ୍ର ସେଠାରୁ ଫେରିବା ପରେ ବାଇକଟିକୁ ନଥିବା ଦେଖିଥିଲେ । ପରେ ସିସିଟିଭି ଫୁଟେଜରେ ବାଇକଟିକୁ କେହି ଦୁର୍ବୁର୍ତ୍ତ ଚୋରି କରି ନେଇଯାଉଥିବା ଜାଣିବାକୁ ପାଇଥିଲେ । ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ ।