କଫ୍ ସିରଫ୍ ଜବତ
ପୁରୀ : କୁମ୍ଭାରପଡ଼ା ଥାନା ପୁଲିସ ସହରର ପ୍ରବେଶ ପଥ ଅଠରନଳାଠାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଧ୍ରୁବଚରଣ ସାହୁ (୪୬) ଘର ନୀଳଚକ୍ର ନଗର ବୋଲି ଜଣା ପଡିଛି । ପୁଲିସ ତା’ନିକଟରୁ ୧୩ ବୋତଲ କଫ୍ ସିରଫ ଜବତ କରିଛି । ଏ ସମ୍ପର୍କରେ ବିଏନ୍ଏସ୍ର ୨୭୬, ୨୭୭, ୨୭୮ ଧାରାରେ ୪୧୫/୨୦୨୪ ନମ୍ବର ମାମଲା ରୁଜୁ କରିଛି ।