ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ )ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ଜିଲ୍ଲାସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବିରେନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଚୟନକ୍ରମେ ସଭାପତି ରୂପେ ଅଜିତ କୁମାର ଧର, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ କୁମାର ସାହୁ, ଉପସଭାପତି ଭାବେ ଦିଲ୍ଲୀପ କୁମାର ସାହୁ, ସୁଧାକର ସାହୁ ଏବଂ କମଳାକାନ୍ତ ମିଶ୍ର ଚୟନ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ଦିନେଶ ଦେହୁରୀ, ସହ ସମ୍ପାଦକ ଭାବେ ରାଜେଶ ସେକସେରିଆ ଚୟନ ହୋଇଛନ୍ତି । ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ନାଏକ, ମହେଶ ଭୋମରାଜ, ଉଦିପ୍ତ କୁମାର ପୁରୋହିତ ପ୍ରମୁଖ ଚୟନ ହୋଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ବିରେନ୍ଦ୍ର କୁମାର ପ୍ରଧାନ ଚୟନ ଓ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରୂପେ ନିପୁ ଭୁତିଆଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଣିହାଁ, ତାଳଚେର, ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା, ବନ୍ତଳା, କିଶୋରନଗର, ଆଠମଲ୍ଲିକ ଆଦି ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ନୂତନ ସଭାପତି ଓ ସମ୍ପାଦକ ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ଲାଭ କରି ଆଗାମୀ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ।