ସରକାରୀ ଜମିରେ ଗୃହ ନିର୍ମାଣ ଅଭିଯୋଗ
ଗୋଲାମୁଣ୍ଡା: ଗୋଲାମୁଣ୍ଡା ତହସିଲ ବୃନ୍ଦାବହାଲ ଛକରେ ସରକାରୀ ଜାଗାରେ ରାତିଅଧୂଆ ଗୃହ ନିର୍ମାଣ ହେଉଥିିବା ଦେଖିବାକୁ ମିଳିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହି ଘର ଆରମ୍ଭ ହୋଇଥିଲା । ସେହି ସମୟରେ ସ୍ଥାନୀୟ ଲୋକେ ତହସିଲଦାର ଚନ୍ଦନ କୁମାର ନାଏକଙ୍କଠାରେ ଅଭିଯୋଗ କରିଥିଲେ । ତହସିଲଦାର ଜାଗାକୁ ଯାଇ ତଦନ୍ତ କରିଥିଲେ । ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ ଦେବା ସହ କାମ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଉକ୍ତ ଘରଟିର କାମ ଛଅ ମାସ ବନ୍ଦ ଥିବାବେଳେ କିଛିଦିନ ହେଲା ପୁନର୍ବାର କାମ ଆରମ୍ଭ ହୋଇଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଗୋଲାମୁଣ୍ଡା ତହସିଲଦାର ଶ୍ରୀ ନାଏକଙ୍କୁ ପଚାରିବାରୁ ପୂର୍ବରୁ ନୋଟିସ କରାଯାଇଥିଲା । ବର୍ତ୍ତମାନ ବୃନ୍ଦାବାହାଲ ରାଜସ୍ୱ ନିରୀକ୍ଷକଙ୍କୁ କାମ ବନ୍ଦ କରିବାକୁ ପଠାଇଛି । ଦିନେ ଦୁଇଦିନ ଭିତରେ ସେ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।