ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

 ନୀଳଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅତି ଅମାନୁଷିକ ଭାବରେ ତେଲେଙ୍ଗା କଟୁରିରେ ହାଣି ହତ୍ୟା କରିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି । ପ୍ରାପ୍ତ ସୂଚନା ଅନୁସାରେ ନିଳଗିରି ଥାନା ଅନ୍ତର୍ଗତ ମିତ୍ରପୁର କାଠାଗୋଛି ଗ୍ରାମର ତୁଳସୀ ସିଂର ଧରମ ବାପା ଭରତ ମଲ୍ଲିକ (୫୫) ଦୀର୍ଘ ବର୍ଷ ଧରି ତାଙ୍କ ଘରେ ରହିଆସୁଥିଲେ । ସେ ବାଲେଶ୍ୱରର ପକ୍କା କାମ କରନ୍ତି । ଗତ ୨୭/୧୧/୨୪ରିଖ ଦିନ ରାତିରେ ମିତ୍ରାପୂର ମେଳା ଦେଖିବାକୁ ସମସ୍ତେ ଆସିଥିଲେ । ରାତି ପ୍ରାୟ ୧୧.୩୦ସମୟରେ ମୋର ଧରମ ବାପା ଭାରତ ସାଇକେଲରେ ଆଗୁଆ ଘରକୁ ଫେରୁଥିଲା । ପରେ ପରେ ମୁଁ ଓ ମୋର ସାଙ୍ଗ ଗେଲି ସିଂ, ଝିଲି ସିଂଘରକୁ ଫେରିବା ବାଟରେ ଆମ ଗ୍ରାମର କାଳିଆ ସିଂ (୩୮) ଏକ ତେଲେଙ୍ଗା କଟୁରୀ ଧରି ମୋ ବାପାକୁ ଅଭଦ୍ର ଭାଷାରେ ଗାଳଗୁଲଜ କରି କଟୁରିରେ ଆକ୍ରମଣ କରୁଥିଲା । ଆମକୁ ଦେଖି କାଳିଆ ଘଟଣା ସ୍ଥଳରୁ ପଲାଇ ଯାଇଥିଲା । ଚେତାଶୂନ୍ୟ ଅବସ୍ଥାରେ ବନ୍ଧୁ ବାନ୍ଧବ, ପରିବାର ଲୋକଙ୍କୁ ଡାକି ପ୍ରଥମେ ନିଳଗିରି ମେଡିକାଲ ପରେ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି କଟକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ଯୁବକକୁ ମୃତ ଘୋଷଣା କରିଥିଲେ । ଏନେଇ ଝିଅ ତୁଳସୀ ନିଳଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଇ ଆଇ ସି ଗୋପାଳ କର୍ଣ୍ଣ ଅଭିଯୁକ୍ତକୁ ଗିରଫ କରିଥିଲେ । ନିଳଗିରି ଥାନରେ ୩୮୪/୨୪ମୂଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି