ଜିଲାପାଳ ଓ ଏସ୍ପିଙ୍କ ଜନଶୁଣାଣି
ନବରଙ୍ଗପୁର: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ, ନବରଙ୍ଗପୁର ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୪୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ କଲ୍ୟାଣ ସହାୟତା ଯୋଜନାରେ ୧,୨୮,୬୦,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ୭୫ ଜଣଙ୍କୁ ବିବାହ ସହାୟତା ୩୭,୫୦,୦୦୦/- ଟଙ୍କା, ୩୭ ଜଣଙ୍କୁ ମାତୃତ୍ୱ ସହାୟତା ପାଇଁ ୩,୭୦,୦୦୦/- ଟଙ୍କା,୧୦୪ ଜଣଙ୍କୁ ଶିକ୍ଷା ପାଇଁ ୫,୫୦,୦୦୦/- ଟଙ୍କା, ୪୦ ଜଣଙ୍କୁ ମୃତୁ୍ୟ କାଳୀନ ସହାୟତା ପାଇଁ ୮୦,୦୦,୦୦୦/- ଟଙ୍କା, ୩୮ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ପାଇଁ ୧,୯୦,୦୦୦/- ଟଙ୍କା ଏଭଳି ୨୯୪ ଜଣଙ୍କୁ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା ।