ପିଏମ ସ୍ୱନିଧି ବୁଲାବିକାଳୀ ଆତ୍ମନିର୍ଭରଶୀଳ ଶିବିର
ଆନନ୍ଦପୁର :ଆନନ୍ଦପୁର ପୌରପାଳିକା ପକ୍ଷରୁ ପିଏମ ସ୍ୱନିଧି ଉଠାଦୋକାନୀ ଓ ବୁଲା ବିକାଳୀ ଆତ୍ମନିର୍ଭରଶୀଳ ଶିବିର ଉଦଯାପିତ ହୋଇଯାଇଛି । ୨୦୨୦କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଠା ଦୋକାନୀ ଏବଂ ବୁଲାବିକାଳୀ ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ଆର୍ଥôକ ଏବଂ ସାମାଜିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ୮ଗୋଟି କଲ୍ୟାଣକାରୀ ଯୋଜନା ସାମିଲ କରିଛନ୍ତି । ଏହାକୁ ନେଇ ପୌରପାଳିକା ପକ୍ଷରୁ ଗତ ୨୯ତାରିଖ ଶାଳପଡା କଲ୍ୟାଣୀ ମଣ୍ଡପରେ ପ୍ରଧାନମନ୍ତ୍ରୀ ସ୍ୱନିଧି ସ୍ୱାଭିମାନ ଶିବିର ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପୌରହିତରେ ପୌରାଧକ୍ଷା ରାଜନୀରାଣୀ ଖଟୁଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପାଧକ୍ଷ ଦୁର୍ଗାଚରଣ ଦଳେଇ, ଜିଲା ବିଜେପି ଉପସଭାପତି ନିରାକାର ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ୨୩୫ଜଣ ଉଠା ଦୋକାନୀ ଯୋଗ ଦେଇଥିବା ବେଳେ ସମସ୍ତ ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।