ମୁହୁରିର ମହୁରତ ଓ ଉକୃଷ୍ଟ ଲେଖା ଆହ୍ୱାନ
ବଲାଙ୍ଗିର: ବହୁ ପ୍ରତିକ୍ଷିତ କୋଶଲି ପତ୍ରିକା ‘ମୁହୁରି’ ର କଲୁଆଁଫୁଟା ସଂଖ୍ୟା ପାଇଁ ପ୍ରସ୍ତୁତି ବୈଠକ ଓ ଏଇ ଅବସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅନୁମୋଦନ କ୍ରମେ ଏହାର କାର୍ଯ୍ୟ କାରିଣି ସମିତିର ସଭାପତି ପଣ୍ଡିତ ଡଃ ନାମଯଜ୍ଞ ମିଶ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ, ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ‘ମୁହୁରି’ର ଅନ୍ୟତମ ସହଯୋଗୀ ସଂପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ମଂଚାସିନ ଥିଲେ । ସଚିବ ମଧୁସୁଦନ ଦାଶ ବାର୍ଷିକ ଆୟବ୍ୟୟ ବିବରଣି ଦାଖଲ କଲା ପରେ ଟ୍ରଷ୍ଟର ମୂଖପତ୍ର ‘ମୁହୁରି’ ର ପୂର୍ଣ୍ଣାଙ୍ଗ ଅବୟବ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ଟ୍ରଷ୍ଟ, କାର୍ଯ୍ୟକାରିଣି ଓ ପତ୍ରିକା କମିଟିର ସଦସ୍ୟମାନେ ସର୍ବଶ୍ରୀ ଶରତ କୁମାର ହୋତା, ଆଶୁତୋଷ ମିଶ୍ର, ରଘୁନାଥ ବାବୁ, ବିରେନ୍ଦ୍ର ବନଛୋର, କିଶୋର ପୁରୋହିତ, କବି ସୁଶାନ୍ତ ବାଗ, ଡଃ ବ୍ରଜ ମୋହନ ମେହେର, ଲାଲଚନ ବଗର୍ତ୍ତି, ସବିତା ମହରା, ତପସ୍ୱିନି ପସାୟତ, ଏଡଭୋକେଟ ନିମାଲ୍ୟ ସ୍ୱାଇଁ, ସୁଜିତ ଶତପଥି, ଶ୍ରୀପାଲ ପଣ୍ଡା, ପୁସ୍ତମ ଜୁଆଡି, ଜ୍ୟୋତି ପ୍ରକାଶ ଗୁରୁ ଓ ଅଭିଜିତ ଫରିକାର ବିଭିନ୍ନ କାର୍ଯ୍ୟଭାର ତୁଲାଇଥିଲେ । ଟ୍ରଷ୍ଟର ମୁଖପତ୍ର ‘ମୁହୁରି’ ପାଇଁ କୋଶଲି ଭାଷାରେ ଉକୃଷ୍ଟ ଓ ସମସାମୟିକ ଲେଖା ଆହ୍ୱାନ କରାଯାଇଛି । ଲେଖା ପଠାଇବା ପରେ ଅନ୍ୟୁନ ଦୁଇ ତିନିଟି ସଂଖ୍ୟା ଅପେକ୍ଷା କରିବାକୁ ଅନୁରୋଧ । ଲେଖା ମନୋନୟନରେ ସଂପାଦନା ମଣ୍ଡଳିର ନିଷ୍ପତ୍ତି ଚୁଡାନ୍ତ । ପ୍ରଥମ ଥର ଲେଖା ଗୁଡିକ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଓ ପରେ ଅନ୍ୟ ସଂସ୍କରଣ ପାଇଁ ବର୍ଷ ତମାମ ମୋବାଇଲ ହ୍ୱାଟସଏପ୍ ନମ୍ବର ୯୯୩୭୧୨୮୨୭୧, ୯୪୩୯୪୧୩୩୪୫ ନମ୍ବର ରେ ପଠେଇବାକୁ ଟ୍ରଷ୍ଟ ତରଫରୁ ଆହ୍ୱାନ କରାଯାଉଛି ।