ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଯାଜପୁର ଟାଉନ : ପ୍ରାଣକୃଷ୍ଣ କର ନୋଡାଲ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲାପରିଷଦ ଉପସଭାପତି ଦିଗମ୍ବର କର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୟାଧର ପୁହାଣ ଯୋଗଦେଇ ଶ୍ରୀମତୀ ରାୟଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ସହ ମଣ୍ଡଳ ଶିକ୍ଷାଧିକାରୀ ବରଦା ଭୂଷଣ ମହାପାତ୍ର ଏହି ଅବସରରେ ତାଙ୍କୁ ପ୍ରୋଭିଜିନାଲ ପେନ୍ସନ୍ ପତ୍ର ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ୍ଜୀବୀ ସମରେନ୍ଦ୍ର ଦାସ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ଦାସ, ସିଆରସିସି ପ୍ରଭାକର ସୂତାର, ପୂର୍ବତନ ସିଆରସିସି ପଦ୍ମନାଭ ସାହୁ, ପ୍ରାକ୍ତନ ଏବିଓ ଲକ୍ଷ୍ମୀନାରାୟଣ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭୋଳାନାଥ ଜେନା, ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ସାହୁ, ଶିକ୍ଷୟିତ୍ରୀ ମଞ୍ଜୁଲତା ନନ୍ଦ, ଗୌରିଲତା ଦାସ, ଅସ୍ମିତା ଷଡଙ୍ଗୀ, ସୁରଜିତା ସାମଲ, ଧନ୍ୟାଶ୍ରୀ ମିଶ୍ର, କଳା ଶିକ୍ଷକ ଆଦିକନ୍ଦ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।