ଜୀଅନ୍ତା ଘୁଷୁରୀ ଖାଇବା ମହଙ୍ଗା : ବିମ୍ବାଧର ଓ ନାରାୟଣ ଗିରଫ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ଚାଲିଥିବା ରାମାୟଣ ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନାଟ ମଞ୍ଚରେ ଏକ ଜୀଅନ୍ତା ଘୁଷୁରିକୁ ଝୁଣି ଖାଇବା ପଡିଛି ମହଙ୍ଗା । ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ହିଞ୍ଜିଳି ପୁଲିସ ନାଟକରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିମ୍ବାଧରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ବଡଖରିଡା ଗ୍ରାମର ବିମ୍ବାଧର ଗୌଡ(୫୦) । ଏହାଛଡ଼ା ଖଲ୍ଲିକୋଟ ଚିକିଲି ଅଞ୍ଚଳର ଶ୍ରୀ ଶ୍ରୀ ଶ୍ରୀ ଚକାଠାକୁର ଗଣନାଟ୍ୟ କମିଟିର ପରିଚାଳକ ନାରାୟଣ ସ୍ୱାଇଁଙ୍କୁ ବନବିଭାଗ ଗରିଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୮୫/୨୪ରେ ଏକ ମାମଲା ରୁଜୁ କରି ସୋମବାର ବିମ୍ବାଧରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ନଭେମ୍ବର ୨୪ ତାରିଖରେ ହିଞ୍ଜିଳି ଥାନା ରାଳବ ଗ୍ରାମରେ କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା । ଯାତ୍ରାତେସାବ ସକାଶେ ଗାଁ ଉସôବମୁଖର ହୋଇପଡିଥିଲା । ବିଭିନ୍ନ ସାହିବସ୍ତିରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର ନାଟକ ପରିବେଷଣ କରାଯାଇଥିଲା । ଗ୍ରାମ ତଳସାହିରେ ଚିକିଲି ଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ତେବେ ଯାତ୍ରା ଦଳ ମଧ୍ୟରେ ପ୍ରତିଯୋଗିତାରୁ ଦେଖିବାକୁ ମିଳିଥିଲା ବିଭସô ଦୃଶ୍ୟ । ହଜାର ହଜାର ଦର୍ଶକଙ୍କ ଆଗରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା କଳାକାର ଜଣଙ୍କ ସତେଯେମିତି ସତସତିକା ରାକ୍ଷାସ ପାଲଟି ଯାଇଥିଲେ । ନାଟ ମଞ୍ଚରେ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଏକ ଜୀଅନ୍ତା ଘୁଷୁରିକୁ ବାନ୍ଧି ତାର ମାଂସକୁ ଝୁଣି ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ଦର୍ଶକ ଏହାକୁ ମନଭରି ଉପଭୋଗ କରି ତାଳି ମାରି ଅଧିକ ଉସôାହିତ କରୁଥିବା ବେଳେ ଆଉ କିଛି ଦର୍ଶକଙ୍କ ମନରେ ଭୟ ସଞ୍ଚାର ହୋଇଥିଲା । ତଥାପି କେହି ଏହାର ବିରୋଧ କରିନଥିଲେ । ନା ଯାତ୍ରା କମିଟି, ନା ଗାଁ କମିଟି ନା ଦର୍ଶକ । ଅନୁରୂପ ଭାବେ ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାର ଦ୍ୱୟ ବିଷଧର ସାପକୁ ନାଟ ମଞ୍ଚରେ ଖେଳାଉଥିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ବିଭସô ଦୃଶ୍ୟ ପଦର୍ଶନ କରୁଥିବା କଳାକାର ଓ ଯାତ୍ରା କମିଟିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ନାଟକ ପରିବେଷଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ହିଞ୍ଜିଳି ଥାନା ପକ୍ଷରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ପୁଲିସ ବାହିନୀ ଉପସ୍ଥିତ ଥିବା ସତ୍ତ୍ୱେ ଏଭଳି ନୃଶଂସ ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ନିରବ ସାଜିଥିଲା । ଯଦି ଏଭଳି ନୃଶଂସ ଘଟଣା ଘଟିବା ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ତା'ହେଲେ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ଗଣମାଧ୍ୟମରେ ଏଭଳି ରୋଚକ ପୂର୍ଣ୍ଣ ଖବର ପ୍ରକାଶ ପାଇବା ପରେ ଲୋକ ଦେଖାଣିଆ ଭାବେ ପୁଲିସ କେବଳ ଜଣେ ମାତ୍ର ରାକ୍ଷାସ ଅଭିନୟ କରୁଥିବା କଳାକାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ନିରବ ସାଜିଛି । ଅନ୍ୟପକ୍ଷରେ ନାଟ ମଞ୍ଚରେ ବିଷଧର ସାପକୁ ଧରି ବାଳି ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ହିଞ୍ଜିଳିକାଟୁ ବନପାଳ ଘରମଣୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ କଳାକାରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।