ରେଳ ଡିଭିଜନ ପକ୍ଷରୁ ସଂଗୀତ ପ୍ରତିଯୋଗିତା

 ସମ୍ବଲପୁର: ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ସ୍ଥାନୀୟ ରେଲୱେ ଇନ୍ଷ୍ଟିଚୁ୍ୟଟ୍ ଠାରେ ଆନ୍ତଃ ରେଳ ଡିଭିଜନ ସାଂସ୍କୃତିକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ଡିଆର୍ଏମ୍ ତୁଷାରକାନ୍ତ ପାଣ୍ଡେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ  ଉନ୍ମେଷ କରିବା ପାଇଁ ଏହି ପ୍ରତିଯୋଗିତା ସୁଯୋଗ ପ୍ରଦାନ କରିଛି ବୋଲି କହିଥିଲେ । ପ୍ରତିଯୋଗିତାର ଶାସ୍ତ୍ରୀୟ କଣ୍ଠ ସଂଗୀତରେ ସମ୍ବଲପୁର ଜି ଗଣପତି ରାଓ ପ୍ରଥମ, ଜୋନ୍ ମୁଖ୍ୟାଳୟର ସ୍ୱାଧୀନ ଦ୍ୱିତୀୟ ଏବଂ ଖୋର୍ଦ୍ଧା ଡିଭିଜନର ବିଶାଳ ପାଢ଼ୀ ତୃତୀୟ ସ୍ଥାନ ହାସଲ କରିଥିଲେ । ଲଘୁ କଣ୍ଠ ସଂଗୀତରେ ସମ୍ବଲପୁରର ପଙ୍କଜ ପ୍ରଧାନ, ଜୋନ୍ ମୁଖ୍ୟାଳୟର ସ୍ୱାଧୀନ ପ୍ରଧାନ ଏବଂ ଖୋର୍ଦ୍ଧା ମଣ୍ଡଳର ଟିକି ବାବୁ ପାତ୍ର ପ୍ରଥମ ଓ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ଜୋନ୍ ମୁଖ୍ୟାଳୟର କମଳ ପ୍ରସାଦ ରାୟକବାର ପ୍ରଥମ, ସମ୍ବଲପୁରର ଜି.ଗଣପତି ରାଓ ଦ୍ୱିତୀୟ ଏବଂ ଖୋର୍ଦ୍ଧା ଡିଭିଜନର ଅନୁପ୍ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ବାଦ୍ୟ ଯନ୍ତ୍ର (ଲଘୁ) ଶ୍ରେଣୀରେ ଜୋନ୍ ମୁଖ୍ୟାଳୟର ଜ୍ୟୋତିପ୍ରକାଶ ସାହୁ ପ୍ରଥମ, ସମ୍ବଲପୁରର କେ. ଅଶୋକ ନାଗ୍ ଦ୍ୱିତୀୟ, ୱାଲଟିୟରର ପ୍ରଶାନ୍ତ ଜୟରାଜ ତୃତୀୟ ସ୍ଥାନ ଅଧିକାର କରିଥିଲେ ।