ଇବ୍ ନଦୀରେ ୨ ନିଖୋଜ୍

 ଝାରସୁଗୁଡାରେ ଇବ୍ ନଦୀରେ ବୁଡି ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି  । ନିଖୋଜ ବ୍ୟକ୍ତି ଦ୍ୱୟ ରାଜସ୍ଥାନର ସୋହନ ପାଲେୱାଲ ଓ ମଙ୍ଗିଲାଲ ପାଲେୱାଲ ବୋଲି ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି  । ସୋହନ ଓ ମଙ୍ଗିଲାଲ ରାଜସ୍ଥାନରୁ ଆସି ଝାରସୁଗୁଡ଼ାରୁ ଗାନ୍ଧୀ ଛକ ଅଞ୍ଚଳରେ ଜଲେବି ବିକ୍ରି କରୁଥିଲେ  । କିଛି ସାଙ୍ଗଙ୍କ ସହ ସେମାନେ ଇବ୍ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି  । ଗାନ୍ଧୀଛକ ଫାଣ୍ଡି ପୁଲିସ ଏବଂ ଅଗ୍ନିଶମ ବିଭାଗ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନଙ୍କର ପତ୍ତା ମିଳିନଥିଲା  ।