ବିଜେଡି ପକ୍ଷରୁ ସଭ୍ୟସଂଗ୍ରହ ଅଭିଯାନର ଶୁଭାରମ୍ଭ
ସାଲେପୁର: ଆଜି ସାଲେପୁର ମଧୁମଣ୍ଡପ ପରିସରରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଯୁବବିଜେଡି ସାଧାରଣ ସମ୍ପାଦକ ବିରଞ୍ଚôନାରାୟଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ନମିତା ସେଠୀ, ଚନ୍ଦ୍ରାଦେଇପୁର ସମିତିସଭ୍ୟା ପୁଷ୍ପିତା ଭୂୟାଁ, ପଞ୍ଚାୟତ ମିଶନ୍ ଶକ୍ତି ସଭାନେତ୍ରୀ ପୁଷ୍ପଲତା କର, ସଂପାଦିକା ସଂଯୁକ୍ତା ଭୂୟାଁ ଅତିଥିଭାବେ ଯୋଗଦେଇ ପଞ୍ଚାୟତର ବିକାଶ ସହିତ ବିଜେଡି ଦଳକୁ କିଭଳି ମଜଭୁତ କରାଯିବ ସେ ନେଇ ଆଲୋଚନା କରିଥିଲେ । ୫ଦିନ ମଧ୍ୟରେ ଘର ଘର ବୁଲି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ସମାପ୍ତ କରାଯିବ ବୋଲି ଉପସ୍ଥିତ ଦଳୀୟ କର୍ମୀମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଜଗବନ୍ଧୁ ସାହୁ, ସୌମ୍ୟରଞ୍ଜନ ମଲ୍ଲ, ଲାଲୁ ବିଶ୍ୱାଳ, କାର୍ତ୍ତିକ ରଞ୍ଜନ ତ୍ରିପାଠୀ, ବିଭୁପ୍ରସାଦ ଦାଶ, ମହେଶ୍ୱର ଦାସ, ଦାମୋଦର ମଲ୍ଲିକ, ପ୍ରେମଲତା ଦାସ, ଭାରତୀ ଭୂୟାଁ, ଦେବଜ୍ୟୋତି ମହାନ୍ତି, ଜୟନ୍ତୀ ଭୂୟାଁ, ରେଣୁକା ଜେନା, ଅନ୍ନପୂର୍ଣ୍ଣା ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
