ସ୍ୱାଧୀନତାର ୭୭ବର୍ଷ ପରେ ଅପହଞ୍ଚ , ଗାଁକୁ ନାହିଁ ପକ୍କାରାସ୍ତା, ପାନୀୟ ଜଳର ସୁବିଧା 


କନ୍ଧମାଳରୁ ପାର୍ଥ ସାରଥୀ ବିଶ୍ୱାଳ: ସ୍ୱାଧିନତାର ୭୭ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେବି ଅନେକ ଗ୍ରାମାଞ୍ଚଳ ଅଛି ଯେଉଁଠି ବିକାଶ ଅପହଞ୍ଚ, ଗମନା ଗମନର କୌଣସି ସୁବିଧା ନାହିଁ । ଏହାର ଜଳନ୍ତା ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଗୁଗୁରମାହା ପଞ୍ଚାୟତ ଗରଡ଼ମାହା ଗ୍ରାମରେ ଏଠାରେ ଲୋକ ସଂଖ୍ୟା ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ହେବ । ଗୁଗୁରମାହା ପଞ୍ଚାୟତ ଠାରୁ ଏହାର ଦୂରତା ୫ରୁ୬ କିମି ହେବ । ୩ରୁ୪ ଗୋଟି ପାହାଡ଼ ଅତିକ୍ରମ କରି ଗରଡ଼ମାହା ଗାଁକୁ ଯିବାକୁ ହୁଏ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଗ୍ରାମକୁ ଯାତାୟତ ନିମନ୍ତେ ରାସ୍ତା ଖଣ୍ଡେ ନାହିଁ । ଲୋକେ ଜଙ୍ଗଲ ପାହାଡ଼କୁ କାଟି ଚଲାରାସ୍ତା କରି ଯାତାୟତ କରନ୍ତି । ପଞ୍ଚାୟତ ରୁ ପିଡିଏସ ଚାଉଳ, ଭତ୍ତା ଆଣିବାରୁ ବଞ୍ଚିତ ରାସ୍ତା ନଥିବାରୁ ୧୦୮, ୧୦୨ ଆମ୍ବୁଲାନ୍ସ, ଡାକ୍ତର, ମେଡିକାଲ କର୍ମଚାରୀ, ଏନଏମ ଦିଦି, ଆଶା ଦିଦି ଏହି ଗାଁକୁ ଆସନ୍ତି ନାହିଁ । ରୋଗୀକୁ ଖଟିଆରେ କିମ୍ୱା ଭାର ସାହାଯ୍ୟରେ ବୁହି ଡାକ୍ତର ଖାନାକୁ ନେବାକୁ ପଡିଥାଏ  । ବେଳେବେଳେ ରୋଗୀର ଅବସ୍ଥା ଗୁରୁତ୍ୱର ଥିଲେ ଅଧା ବାଟରେ ମୃତୁ୍ୟ ବରଣ କରିଥାଏ । ଗ୍ରାମରେ ଦୀର୍ଘଦିନ ହେବ ପାନୀୟ ଜଳର ସମସ୍ୟା ଲାଗି ରହିଛି । ଗ୍ରାମରେ ନଳକୂପ ଅଛି ସତ କିନ୍ତୁ ଅଚଳ ଅବସ୍ଥାରେ ପଡି ରହିଛି । କୁଅଁ, ଷ୍ଟାଣ୍ଡ ପାଇପ, ବସୁଧା ଟାଙ୍କି, ସୋଲାର ପାଣି ଟାଙ୍କିର ମଧ୍ୟ କୌଣସି ସୁବିଧା ନାହିଁ ।  ଫଳରେ ୧ରୁ୨ କିଲୋମିଟର ଦୂରତାକୁ ଗଲେ ଏକ ନାଳ ଟି ପ୍ରଭାବିତ ହେଇଛି ସେହି ନାଳ ପାଣିକୁ ଗୋରା, ବାଲ୍ଟି, ହାଣ୍ଡି, ମାଠିଆରେ ଗାମୁଛା ପକାଇ ଛାଣି ଆଣି ପାନୀୟ ଜଳରୂପେ ବ୍ୟବହାର କରନ୍ତି  । ସେହି ନାଳ ପାଣିକୁ ଗାଈଗୋରୁ  ମଧ୍ୟ୍ୟ ବ୍ୟବହାର କରିଥାନ୍ତି ଜା ଫଳରେ  ଦୂଷିତ ପାଣି ପିଇ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ସେଠାର ଗ୍ରାମବାସି କହିବା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ବେଳେ ଅନେକ ପ୍ରାଥୀ ଅନେକ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଲେ ପ୍ରତିଶ୍ରୁତି କୋଣସି କାମରେ ଆସେନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଇପାରିଲା ନାହିଁ । ଗ୍ରାମର ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଉଲ୍ଲାଇ ଆନ୍ଦଳନ କରିବୁ ଏବଂ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗରଡ଼ମାହା ପ୍ରାମବାସୀ ।