ମଣଦା ବାନାଞ୍ଚଳରେ ହାତୀ ଉପଦ୍ରବ
ମୟୂରଭଞ୍ଜ/ ବିଶୋଇ, ୩୦ା୧୧: ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦା ବାନାଞ୍ଚଳ ଅଧିନରେ ହାତୀ ପଲଙ୍କ ଉପଦ୍ରବ ଥମିବାର ନା ଧରୁନି । ଗତରାତ୍ର ବିଦୁଭଣ୍ଡାର ଘାଟି ଜଙ୍ଗଲରୁ ବାହାରି ଧାନ କ୍ଷେତରେ ପଶି ଧାନ ଫସଲ ଖାଇବା ସହ ବ୍ୟାପକ କ୍ଷତି ଘଟାଇ ସାନବାଲିଚୁଆ ଗାଁ ନିକଟ ଜଙ୍ଗଲରେ ରହିଯାଇଥିଲେ । ସକାଳେ ଗାଁ ନିକଟରେ ହାତୀ ଥିବା ଜାଣି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବିଭାଗ ହାତୀ ପଲଙ୍କୁ ବିଦୁଭଣ୍ଡାର ଘାଟି ଜଙ୍ଗଲକୁ ଘଉଡେଇ ଦେଇଥିବା ବେଳେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।