ନାକଟିଦେଉଳ ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି
sambalpur news
ସମ୍ବଲପୁର - ଆଜି ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟରେ, ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ମୋଟ ୨୧୭ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୯୩ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୩ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ସି.ଏମ.ଆର.ଏଫ. ଅଧୀନରେ ସହାୟତା ପାଇଁ ୧ ଗୋଟି ଆବେଦନ ପ୍ରାପ୍ତ ହୋଇଛି । ୧୫୦ଟି ଅଭିଯୋଗ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ସମାଧାନ କରାଯାଇଛି । ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ, ସମ୍ବଲପୁର ୩ ଜଣ ହିତାଧିକାରୀଙ୍କୁ ହୁଇଲଚେୟାର, ଜଣକୁ ୱାକିଙ୍ଗ ଷ୍ଟିକ ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ୬ ଜଣ ହିତାଧିକାରୀଙ୍କୁ ଭତା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ ୬ ଜଣ ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଆସନ୍ତା ଅକ୍ଟୋବର ମାସ ୨୮ ତାରିଖରେ ବାମରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।