ଆଇଆଇଟିର ଯୁବ ସଙ୍ଗମ ପଦକ୍ଷେପକୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଶଂସା
ଜଟଣୀ : ଯୁବା ସଙ୍ଗମର ପଞ୍ଚମ ପର୍ଯ୍ୟାୟର ଅଂଶ ଭାବରେ ଡିସେମ୍ବର ୨ ତାରିଖରେ ଓଡ଼ିଶାକୁ ପରିଚୟାତ୍ମକ ଗସ୍ତରେ ଆସିଥିବା ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୫୦ ଛାତ୍ରଛାତ୍ରୀଙ୍କର ଏକ ପ୍ରତିନିଧି ଦଳକୁ ଓଡ଼ିଶାର ସମ୍ମାନନୀୟ ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି । ସେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସାଙ୍ଗକୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପ୍ରତି ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଅଧୀନରେ ଏକ ଭାରତ ଶ୍ରେଷ୍ଠ ଭାରତ (ଇବିଏସ୍ବି)ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଆଇସିଏମ୍ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏବଂ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିବା ସହିତ ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ କୁଶଳତାର ବିକାଶ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ସେମାନେ ମଧ୍ୟ ଏକାମ୍ର ହାଟ ଗସ୍ତକରି ସେଠାରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ସମ୍ପର୍କରେ ଅନେକ ଶିକ୍ଷାଲାଭ କରିଥିଲେ ।