ଗୋନାସିକା ୟୁପି ସ୍କୁଲରେ ବାର୍ଷିକ କ୍ର୍ରୀଡ଼ା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଗୋନାସିକାସ୍ଥିତ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତୀର୍ଥାନନ୍ଦ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉସôବରେ ମୁଖ୍ୟଅତିଥି ଭାବେ ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମହାନ୍ତ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗୀତାର ଶୁଭାରମ୍ଭ କରି ଛାତ୍ରଛାତ୍ରୀମାନେ ଶିକ୍ଷା ଅଧ୍ୟୟନ ସହ ଖେଳ ପ୍ରତି ରୁଚି ରଖିଲେ ଭବିଷ୍ୟତରେ ନିଜକୁ ସୁନାଗରିକ ରୂପେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତଅତିଥି ସ୍କୁଲ ପରିଚାଳନା କମିଟି ସଭାପତି ଗଣେଶ୍ୱର ଜୁଆଙ୍ଗ କ୍ରୀଡା ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ହୋଇଥାଏ ବୋଲି କହିଥିଲେ । ଅନ୍ୟତମ ଅତିଥି ଶ୍ରୀକାନ୍ତ ଜୁଆଙ୍ଗ ଖେଳ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ । ସଂସ୍କୃତ ଶିକ୍ଷକ ହୃଷିକେଷ ବାରିକ ମଞ୍ଚ ପରିଚାଳନା କରିଥିବାବେଳେ, କ୍ରୀଡା ଶିକ୍ଷକ ରାଜୀବ ଲୋଚନ ମହାନ୍ତ ଖେଳ ପରିଚାଳନା କରିଥିଲେ । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରତିଯୋଗିତାରେ କ୍ରୀଡାବିତଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।