ବନ୍ଧୁ ମିଳନ ଓ ବାର୍ଷିକ , ଉତ୍ସବ ଆୟୋଜିତ
ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡନ ବ୍ଲକ ଅନ୍ତର୍ଗତ ଫରସରା ବୁଢ଼ାଦେଓ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼ନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ - ୨୦୨୪ ଆୟୋଜିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ସମାଜରେ କଳାକାରଙ୍କ ମୁଖ୍ୟ ଭୂମିକା ରହିଅଛି, ସଂସ୍କାର ଏବଂ ସଚେତନ ଦ୍ୱାରା କୁପ୍ରଥା ଉଚ୍ଛେଦ, ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କଳାକାର ଆହ୍ୱାନ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଭାରେ ବୋଡ଼ନ କଳା ଓ ସଂସ୍କୃତି ସଂଘର ସ୍ଥାୟୀ ସଭାପତି ପ୍ରିୟ ରଞ୍ଜନ କୁମାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଗୟାଧର ମହାନ୍ତି, ପୂର୍ବତନ ଜିଲ୍ଲା ଓ ସଂସ୍କୃତ ସଂଘ ଉପ ସଭାପତି ତ୍ରିମନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା , ପ୍ରଧାନଶିକ୍ଷକ ବୁଢ଼ା ଦେଓ ଉଚ୍ଚ ବିଦ୍ୟାଳୟ ଫରସରା ସିମାଞ୍ଚଲ ଦାସ ,ସମାଜ ସେବୀ ତଥା ଶିକ୍ଷାବିତ ବିପିନ ଧାରୁଆ ,ସହକାରୀ ଜିଲ୍ଲାପାଳ କୁରୁକ୍ଷେତ୍ର ନାଏକ,ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବରେ ବୋଡ଼ନ ବ୍ଲକ ର ୧୫ ଗୋଟି ପଞ୍ଚାୟତର ପାଳା, ଦାସକାଠିଆ, ଘୁମୁରା, ସମ୍ପ୍ରଦା, ସଂକିତ୍ତନମଣ୍ଡଳୀ,ସଂଚାର, ଭାଗବତ ମଣ୍ଡଳୀ, ଆଦିବାସୀ ରାମ କାଠି ଲୋକନୃତ୍ୟ, ତଥା ବିଭିନ୍ନ ପ୍ରକାର ଲୋକନୃତ୍ୟ ପ୍ରଦର୍ଶନ କରିବାକୁ ହାରାହାରି ୭୦ ରୁ ୮୦ ଟି ଦଳ ଭାଗ ନେଇଥିଲେ । ନୂଆପଡ଼ା ଜିଲ୍ଲାପାଲା ମଧୁସୂଦନ ଦାସ କଳାକାର ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ଲୋକ ଲୋଚନକୁ ଆଣି ସୁଧାର ଦିଗରେ କାର୍ଯ୍ୟକରୁଥିବା ବିନ୍ଧାଣୀ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ । ପ୍ରଥମ ଆଦିବେଶନରେ ସହକାରୀ ଶିକ୍ଷକ ରାଜା ଏ ଟି ହାଇସ୍କୁଲ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।