ଆଠଗଡ଼: ଦଳ ଅପେକ୍ଷା ପ୍ରାର୍ଥୀତ୍ୱକୁ ଗୁରୁତ୍ୱ

ଆଠଗଡ଼: ଦଳ ଅପେକ୍ଷା ପ୍ରାର୍ଥୀତ୍ୱକୁ ଗୁରୁତ୍ୱ


ଆଠଗଡରୁ ସଂଯୋଗ ସାମନ୍ତ 
 ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟର ପ୍ରମୁଖ ୩ ଗୋଟି ଦଳ ବିଜେଡି ବିଜେପି ଓ କଂଗ୍ରେସ ପକ୍ଷରୁ ଲଢେଇ ହେଉଥିବା ବେଳେ ଆଠଗଡ ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବାର ଦେଖିବାକୁ ମିଳୁଛି । ଏହାସହିତ ଏଠାରେ କଂଗ୍ରେସ ଓ ଆମ୍ ଆଦମି ପାର୍ଟି ସମେତ ୧୦ ଜଣ ନିର୍ବାଚନ ମଇଦାନରେ ରହିଛନ୍ତି । ଏବେକାର ପରିସ୍ଥିତିକୁ ଅନୁଧ୍ୟାନ କଲେ ଏଠାରେ ସିଧାସଳଖ ଭାବେ ବିଜେଡି ଓ ବିଜେପ ଦୁଇ ଦଳ ନିଜର ପ୍ରଚାର ଅଭିଯାନକୁ ଯୋରସୋର କରିଛନ୍ତି ଖରା ଓ ଗରମ ଅତିଶୟ ହେଉଥିବାବେଳେ ନେତା କର୍ମୀ ମାନେ ସଂନ୍ଧ୍ୟା ପ୍ରଚାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । 
ଗୋଟିଏ ପଟେ ବିଜେଡର ପାର୍ଥୀ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାତ ସାତ ଥର ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସୁଛନ୍ତି ତାଙ୍କର ନିର୍ବାଚନୀ ରଣନୀତି ପ୍ରସ୍ତୁତି ଓ ଏହାର ଗୋଟି ଚାଳନା କରିବାରେ ସେ ମାହିର ଅଟନ୍ତି । ଏହାସହିତ ଜିରୋ ଗ୍ରାଉଣ୍ଡ ଲେବେଲରେ ଥିବା ତାଙ୍କର ଦକ୍ଷତା ଏବଂ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଥିବା କୌଶଳ ପାଇଁ ସେ ଆଠଗର ଅଦ୍ୱିତୀୟ ନେତା ସହିତ ବିଜେଡିକୁ ଆଠଗଡର ଗଡ ଭାବେ ପରିଗଣିତ କରାଇଛନ୍ତି । ତ୍ତ୍ସହିତ ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ପ୍ରକାଶ କରିବା ସହିତ ଅସନ୍ତୁଷ୍ଟ ଦଳିୟ କର୍ମୀ ଓ ଭୋଟର ମାନଙ୍କୁ ମନାଇବାରେ ଏକ ପ୍ରକାରର ସଫଳ ହୋଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଶ୍ରୀଯୁକ୍ତ ସ୍ୱାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ ହେଭିୱେଟ ନେତାଙ୍କୁ ପରାସ୍ତ କରି ନିଜର ବିଜୟ ଧାରାକୁ ଜାରିରଖିଛନ୍ତି । ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ମୁଦ୍ଦା କରିବାସହିତ ଆଠଗଡ ତିଗିରିଆ ବ୍ଲକରେ ପ୍ରଣୟନ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଓ ନିଜର ଲୋକପି୍ରୟତାକୁ ଅସ୍ତ୍ର କରି ନିର୍ବାଚନ ଲଢୁଛନ୍ତି । ଏଥିସହ ବିଜେଡି ଦଳିୟ କର୍ମୀ ମାନେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦି ଥିବା ବିଜେପି ପ୍ରାର୍ଥୀଙ୍କ ନାମରେ ଥିବା ବିଭିନ୍ନ ଅପରାଧିଜ ମାମଲାକୁ ନେଇ ଭୋଟରଙ୍କୁ ଅବଗତ କରାଇ ବିଜେଡି ସପକ୍ଷରେ ଭୋଟ କରାଇବାକୁ ଜୋରସୋରରେ ଲାଗିପଡିଛନ୍ତି । ସେହିଭଳି ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଭୟ କୁମାର ବାରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ସହିତ ମୋଦି ଲହରକୁ ନେଇ ନିଜ ପ୍ରଚାର ଅଭିଯାନକୁ ଜୋର କରିଛନ୍ତି । ଏହାସହିତ ଏଠାରେ ବିଭିନ୍ନ ବିଭାଗରେ ହୋଇଥିବା ଦୁର୍ନୀତି ଭ୍ରଷ୍ଟାଚାରକୁ ଆଧାର କରି ଭୋଟରଙ୍କୁ ିଜ ସପକ୍ଷରେ କରିବାକୁ ଲାଗିପଡିଛନ୍ତି  ।
ସୂଚନା ଅନୁସାରେ ନିର୍ବାଚନମଣ୍ଡଳିରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ ପୂର୍ବରୁ ଶ୍ରୀ ବାରିକ୍ ରଣେନ୍ଦ୍ରଙ୍କୁ ସମାଲୋଚନା କରି ବହୁ ଆନେ୍ଦାଳନ ମାନ କରିଛନ୍ତି । ଏହାସହିତ ଶ୍ରୀ ବାରିକ ଗତ ନିର୍ବାଚନରେ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇ ୧୦ହଜାର ୨୮୯ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ଗତ ନିର୍ବାଚନରେ ବିଜେପି ଦଳ ୩୯ ହଜାର ୯୮୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ଯାହାକୁ ନେଇ ଚଳିତ ନିର୍ବାଚନରେ ବିଜେପି ଅଭୟଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନକୁ ଓହ୍ଲାଇଛି ।  ସେହିଭଳି କଂଗ୍ରେସ ୧୦ ହଜାର ୯୩୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୯୭ ହଜାର ୯୫୬ ଖଣ୍ଡ ପାଇ ବିଜୟୀ ହୋଇଥିଲେ । ଏବଂ ଚଳିତ ନିର୍ବାଚନରେ ମଧ୍ୟ ସାମାନ ସଂଖ୍ୟକ ଅଥବା ତାଠାରୁ ଅଧିକ ସଂଖ୍ୟକ ଭୋଟ ପାଇବା ନେଇ ଲାଗି ପଡିଛି ଦଳ ବିକାଶର ଧାରା ଏବଂ ନବୀନ ପଟ୍ଟନାୟକଙ୍କ ବିଚାରଧାର ସହିତ ରଣେନ୍ଦ୍ରଙ୍କ ବଳିଷ୍ଠ ନେତୃତ୍ୱକ ନେଇ ଦଳ ଲୋକଙ୍କ ମନକୁ ଜିତିବାରେ ଚେଷ୍ଟା ଚଳାଇଛି । ଗୋଟିଏପଟେ ନବୀନ ଗ୍ୟାରେଣ୍ଟି ଦିଆଯାଇଥିବାବେଳେ ଅନ୍ୟପଟରେ ମୋଦି ଗ୍ୟାରେଣ୍ଟି ସହିତ ଡବଲ ଇନ ସରକାର ଗଢିବାର ନାରା ଦେଇ ଲୋକଙ୍କୁ ପାଖକୁ ଯାଉଛନ୍ତି କର୍ମୀ ଓ ନେତାମାନେ । ଆଠଗଡ-ତିଗିରଆ ଭୋଟର ମାନେ ସର୍ବଦା ସ୍ୱତନ୍ତ୍ର ରହିଆସିଛନ୍ତି ଭୋଟର ପ୍ରାର୍ଥୀ ମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ ସେମାନଙ୍କର ଚରିତ୍ରକୁ ନେଇ ସଚେତନ ଅଛନ୍ତି ଯାହାକି ଦଳ ଅପେକ୍ଷା ସେମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି ପ୍ରାର୍ଥୀତ୍ୱକୁ ନେଇ । ଆଗାମୀ ୨୫ ତାରିଖରେ ହେବାକୁ ଥିବା ମତଦାନ କାହା ସପକ୍ଷରେ ଯିବ ତାହା ଏବେ ଆଗାମୀ ୪ ତାରିଖରେ ଜଣାପଡିଯିବ ମାତ୍ର ଏବେକାର ପରିସ୍ଥିତକୁ ଅନୁଧ୍ୟାନ କଲେ ପ୍ରଚାର ପ୍ରସାର କାର୍ଯ୍ୟ ହେଉ ଅଥବା ଲୋକଙ୍କ ପାଖରେ ନେତା ଓ କର୍ମୀ ମାନେ ପହଁଚିବା କାର୍ଯ୍ୟରେ ବିଜେଡି ଦଳ ବହୁ ଅଗରେ ଥିବାବେଳେ ତା ପଛକୁ ବିହେପି ଏବଂ କଂଗ୍ରେସ ରହିଛି । ଏହି ପ୍ରଚାର କାର୍ଯ୍ୟ ପାଇଁ ମାତ୍ର ଆଉ ୭୨ ଘଂଟା ରହିଥିାବବେଳେ ସମସ୍ତ ପାର୍ଥୀ ନିଜ ନିଜର ପ୍ରଚାର କାର୍ଯ୍ୟକୁ ଜୋର କରିଦେଇଚନ୍ତି ।