ଅମିତ ମଲ୍ଲିକ ପର୍ୟ୍ୟବେକ୍ଷକ ନିଯୁକ୍ତ

ଅମିତ ମଲ୍ଲିକ ପର୍ୟ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ନୂଆ ଦାୟିତ୍ବ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅମିତଙ୍କୁ ଖଣ୍ଡପଡା ବିଧାସନଭା କ୍ଷେତ୍ର ପାଇଁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଅମିତ ମଲ୍ଲିକ ଦଳର ମୁଖପାତ୍ର ଥିବା ଦାୟିତ୍ବ ସମ୍ପାଦନ କରୁଥିବା ବେଳେ ଏବେ ନୟାଗଡ ଜିଲ୍ଲା ଖଣ୍ଡପଡା ବିଧାନସଭା କ୍ଷେତ୍ରର ପର୍ୟ୍ୟବେକ୍ଷକ ଭାବେ ମଧ୍ୟ କାର୍ୟ୍ୟ କରିବେ।