ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ
ଭୁବନେଶ୍ୱର: ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡି ଛାଡିଛନ୍ତି । ଏନେଇ ନିଜ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ଖୋଦ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ନିଜ ଇସ୍ତଫାପତ୍ର ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି । ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନଥିଲେ । ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ୨୦୧୪ ଓ ୨୦୧୪ ନିର୍ବଚାନରେ ବାଲେଶ୍ୱର ଜିଲ୍ଲାର ଶିମୁଳିଆ ବିଧାନସଭା ଆସନରୁ ଜ୍ୟୋତିପ୍ରକାଶ ବିଜେଡି ଟକେଟରେ ବିଜୟୀ ହୋଇଥିଲେ ।