ଗୋ-ବନ୍ଦନା ପରବ ପାଳନ ପାଇଁ ପ୍ରସ୍ତୁତି
ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି ମହାନ୍ତଙ୍କ ନିଦେ୍ର୍ଦଶକ୍ରମେ ନଭେମ୍ବର ୧୦ ତାରିଖ ରବିବାର ଦିନ ହେବାକୁ ଥିବା ସପ୍ତମ ବାର୍ଷିକ ଗୋ ବନ୍ଦନା ପରବ ଓ ସଂସ୍କୃତି ବଞ୍ଚାଅର ଉତ୍ସବ ପାଳନ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ବମ୍ବେଛକ ଅକ୍ସଫୋର୍ଡ ଟୁ୍ୟଟୋରିଆଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଡୁମୀ ଜାତିର ଭାଷା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇବା ପାଇଁ ବିଭିନ୍ନ କାର୍ଯକ୍ରମ ଯଥା ଗୁରୁଖୁଣ୍ଟା, ଧେଙ୍ଗୁଆନ୍ ଓ ପାନ୍ତ ଶାଳିଆ ଝୁମର ପ୍ରତିଯୋଗିତା ଆଦି କରାଯିବାର ସିଦ୍ଧାନ୍ତ ନିଆଯାଇଛି । ଏହି ବୈଠକରେ ସାରସକଣା ବ୍ଲକ କୁଡୁମୀ ସେନାର ବିଶ୍ୱ ନାଥ ମହାନ୍ତ, ସାଇରାମ ମହାନ୍ତ, କାହ୍ନୁଚରଣ ମହାନ୍ତ, ଅଜିତ ମହାନ୍ତ, ଅଶୋକ ମହାନ୍ତ, ରାଜେଶ ମହାନ୍ତ ଏବଂ ଶ୍ୟାମା ଖୁଣ୍ଟା ବ୍ଲକର ବୀରେନ୍ଦ୍ର ମହାନ୍ତ ଓ ଖିରୋଦ ମହାନ୍ତ ଉପସ୍ଥିତ ଥିଲେ । ତତ୍ସହିତ ସାରସକଣା ବ୍ଲକ କୁଡୁମୀ ମହିଳା ସେନାର ନୂତନ ବ୍ଲକସ୍ତରୀୟ ଓ ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ସେନାମାନଙ୍କୁ ଦାୟିତ୍ୱ ଦିଆଗଲା । ଗୀତାଞ୍ଜଳି ମହାନ୍ତ, ନିରୁପମା ମହାନ୍ତ, ସୌରବିନି ମହାନ୍ତ, ଲଷ୍ମୀପ୍ରିୟା ମହାନ୍ତ, ପ୍ରମିଳା ମହାନ୍ତ, ରିମା ମହାନ୍ତ, ବାସନ୍ତୀ ମହାନ୍ତ ଓ ରୋଜି ମହାନ୍ତଙ୍କୁ ନୂତନ କର୍ମକର୍ତ୍ତା ଭାବେ ଚୟନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।