ରୁପ୍ସା ରାସ୍ତା ପାଲଟିଛି ମରଣଯନ୍ତା
ବୈଶିଙ୍ଗା : ଓଡିଶାରେ ଶାସନ ଗାଦିକୁ ୨୫ ବର୍ଷ ଧରି ସମ୍ଭାଳିଥିବା ଆମ ସରକାର କେତେ ସ୍ଚ୍ଛ ତାହାର ପ୍ରମାଣ ହେଲା ରାସ୍ତା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାୟ ଶିକ୍ଷା ଓ ସ୍ାସ୍ଥ୍ୟ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଗମନାଗମନ ବ୍ୟବସ୍ଥାକୁ ବି·ରକୁ ନିଆଗଲେ ରାସ୍ତାକାମ ନାମରେ କେବଳ ଅର୍ଥ ହରିଲୁଟ୍ ହୋଇଥିବାର ଜଣାଯାଏ । ଯେଉଁ ରାସ୍ତା ତିଆରି ହେବାକୁ ତିନି ମାସ ସମୟ ଲାଗେ ସେହି ରାସ୍ତା ତିନି ମାସରେ ମଧ୍ୟ ନଷ୍ଟ ହୋଇଯାଉଛି । ଏହାର ପ୍ରମାଣ ସ୍ୱରୂପ ବୈଶିଙ୍ଗା -ରୁପ୍ସା ରାସ୍ତାର ଅବସ୍ଥାକୁ ଦେଖିଲେ ଯାଇ ବୁଝାପଡିବ । ବୈଶିଙ୍ଗା ଠାରୁ ଅସ୍ତପୁରା ପର୍ଯ୍ୟନ୍ତ ୫ କିମି ରାସ୍ତା ସମ୍ପୂର୍ଣ ହୋଇଥିଲା ବେଳେ ଏବେ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇ ଥିବାର ଦେଖାଯାଇଛି । ଏହି ରାସ୍ତାଟି ୧୮ନଂ ଜାତୀୟ ରାଜପଥ ବୈଶିଙ୍ଗା ଠାରୁ ୬୦ ନଂ ଜାତୀୟ ରାଜପଥ ରୁପ୍ସା ସହିତ ସଂଯୋଗ କରୁଥିବାରୁ ଦୈନନ୍ଦିନ ଶହ ଭାରିଯାନ ଚଳାଚଳ କରିଥାଏ । ପ୍ରତିବର୍ଷ ଏହି ରାସ୍ତାର କିଛି ଅଂଶ ନୂଆ ପିଚୁ ହେବା ସହିତ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାଯାଇଛି । ମାତ୍ର ସେହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ସହିତ ଅକର୍ମଣ୍ୟ ହେବା ଓ ମୃତ୍ୟୁବରଣ କରିଥିବାର ମଧ୍ୟ ନଜିର ରହିଛି । ବହୁ ଅଭିଯୋଗ ପରେ ଅଳ୍ପ ଅଳ୍ପ ସ୍ଥାନରେ ପେଚିଂ କରାଯାଇଛି ସତ ମାତ୍ର ତାହା ମଧ୍ୟ ଉଠିଗଲାଣି । ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି ହୋଇଛି ।