କୁଡୁମୀ ସେନାର ବାନ୍ଦଣା ପରବ
ାା ପ୍ରଭାନୁ୍ୟଜ ।ା ସାରସକଣା: କୁଡୁମୀ ସେନାର ବାନ୍ଦଣା ପରବ ଭେଟଘାଟ ଧାନଘୋରି (ବଡଚାଟରା) ପଡ଼ିଆ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ଜୟମୁନି ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସପ୍ତମ ବାର୍ଷିକ ବାନ୍ଦଣା ପରବ ଭେଟଘାଟ କାର୍ଯ୍ୟକ୍ରମରେ ନିଜର ଜାତିର ପରମ୍ପରା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ବଡଚାଟରା ହାଟ ପଡିଆରେ ଗୋରୁଖୁଣ୍ଟା ଓ ଢେଙ୍ଗୁଆନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଝୁମର ମେଲୋଡି, ବନ୍ଧୁମିଳନ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତିନି ରାଜ୍ୟରୁ ଆସିଥିବା ହଜାର ହଜାର ଦର୍ଶକ ମାଦଳ ତାଳେ ତାଳେ ଝୁମି ଉଠିଥିଲେ । ଏହି ପରିପ୍ରେକ୍ଷୀରେ ସରସକଣାର ବଡ଼ଚାଟରା କାର୍ଯ୍ୟକ୍ରମ ଆରମ୍ଭରେ କୁଡୁମୀ ସାମ୍ପ୍ରଦାୟର ଭେଟଘାଟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ବିହାର ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବରୁଣ କୁମାର ଯୋଗ ଦେଇଥିବାବେଳେ ସାମ୍ମାନୀୟ ଅତିଥି ଭାବେ ପଶ୍ଚିମବଙ୍ଗ ରାଜ୍ୟର ମନ୍ତ୍ରୀ ଶ୍ରୀକାନ୍ତମ ମହାନ୍ତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଲାଲଟୁ ମାହାତ, ପଶ୍ଚିମବଙ୍ଗ କୁଡ଼ମୀ ସମାଜ ସଭାପତି ରାଜେଶ ମହାନ୍ତ, ଅଞ୍ଜନା ମହାତ, ସମାଜସେବୀ ସଂଗଠକ ସପନ ମାହାତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସେହିପରି ଆଖିରେ ମୋଟା କନା ବାନ୍ଧି ସମସ୍ତ ଲେଖା ପଢିପାରୁଥିବା ପ୍ରତ୍ୟେକ ସାମଗ୍ରୀକୁ ବାରି ପାରୁଥିବା କେନ୍ଦୁଝର ଅଞ୍ଚଳର ସୋନାଲିସା ମହାନ୍ତ ବିସ୍ମୟକର ପ୍ରଦର୍ଶନ କରି ଲୋକଙ୍କୁ ମୁଗ୍ଧ କରି ଦେଇଥିଲେ । ଏହି ସପ୍ତମ ବାର୍ଷିକ ବାନ୍ଦନା ପରବକୁ ଏ ବର୍ଷ ଜୋରଦାର କରାଯାଇଥିବା ସତ୍ତ୍ୱେ କୁଡମୀ ଜାତି ମଧ୍ୟରେ ଶିକ୍ଷାର ପ୍ରସାର କରିବାର ଆବଶ୍ୟକ ଅଛି, ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରର ପିଲା ଶିକ୍ଷିତ ହେବାର ଆବଶ୍ୟକତା ଅଛି, ତା’ହେଲେ ଯାଇ ଦେଶ ଆଗେଇବ ବୋଲି କୁଡୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତଙ୍କ ସହିତ ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । ସାରସକଣା ବ୍ଲକ୍ କୁଡୁମୀ ସେନାର ସାଇରାମ୍ ମହାନ୍ତ, ବିଶ୍ୱନାଥ ମହାନ୍ତ, ଅଜିତ୍ କୁମାର ମହାନ୍ତ, କାହ୍ନୁଚରଣ ମହାନ୍ତ, କୁବେର ମହାନ୍ତ, ପ୍ରଶାନ୍ତ ମହାନ୍ତ, ଶିତେଶ ମହାନ୍ତ କୁଡୁମୀ ମହିଳା ସେନାର ସସ୍ମିତା ମହାନ୍ତ, ଶକୁନ୍ତଳା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ନେତୃତ୍ୱ ନେଇଥିଲେ । ନୂଆ କରି ସାରସକଣା କୁଡୁମୀ ମହିଳା ସେନାରେ ଯୋଗ ଦେଇଥିବା ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ, ନିରୁପମା ମହାନ୍ତ, ସୌରବିନି ମହାନ୍ତ, ପ୍ରମିଳା ମହାନ୍ତ, ରୀମା ମହାନ୍ତ ଏବଂ ଶ୍ୟାମାଖୁଣ୍ଟା ବ୍ଲକ୍ କୁଡୁମୀ ସେନାର ବିରେନ୍ଦ୍ର ମହାନ୍ତ, ସୁମନ୍ତ ମହାନ୍ତ, କ୍ଷୀରୋଦ ମହାନ୍ତ ଚାଦୁଆ ବ୍ଲକ୍ କୁଡୁମୀ ସେନାର ସଞ୍ଜୟ ମହାନ୍ତ, ଅଜୁ ମହାନ୍ତ ବାଙ୍ଗିରିପୋଷି ବ୍ଲକ୍ କୁଡୁମୀ ସେନାର ଅଜିତ୍ କୁମାର ମହାନ୍ତ, ଦୀପିକା ମହାନ୍ତ, ଲାଲୁ ମହାନ୍ତ ବଡ଼ସାହି ବ୍ଲକ୍ କୁଡୁମୀ ସେନାର ମହେଶ୍ୱର ମହାନ୍ତ, ଘାସିରାମ ମହାନ୍ତ, ନରେନ୍ଦ୍ର ମହାନ୍ତ, ବୁଲୁ ମହାନ୍ତ, ଏବଂ ବେତନଟୀ ବ୍ଲକ୍ର ମାନଗୋବିନ୍ଦ ମହାନ୍ତ, ତପନ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।