ପୁଲିସଙ୍କୁ ସୂଚନା ଦେବା ସନେ୍ଦହରେ ଯୁବକଙ୍କୁ ହତ୍ୟା
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀମାନେ ଲାଲଆତଙ୍କ ଖେଳାଇ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗାଁର ସୋୟମ ପାଣ୍ଡୁ (୪୫) ପିତା ସୋୟମ କୋସାଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ସନେ୍ଦହରେ ନକ୍ସଲମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୫ତାରିଖର ବିଳମ୍ବିତ ରାତିରେ କିଛି ସଶସ୍ତ୍ର ନକ୍ସଲ ସୋୟମ ପାଣ୍ଡୁଙ୍କୁ ତାଙ୍କ ଘରୁ ଉଠାଇ ନେଇ ଜଙ୍ଗଲରେ ନିସ୍ତୁକ ମାଡ଼ ମାରିବା ପରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି । ମାଓବାଦୀମାନେ ଏଭଳି ବିଭସô ହତ୍ୟାକାଣ୍ଡ ଘଟାଇ ନିଜର ଉପସ୍ଥିତି ଜାହିର କରିଥିବା କୁହାଯାଉଛି । ଭେଜି ଥାନା ପୁଲିସ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ।