ଶିକ୍ଷକ ଅଭାବ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ 

ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ଏମ୍ଭି ୯ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମବାସୀ ତାଲା ପକାଇ ବିକ୍ଷୋଭ କରିଥିଲୋ  ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ମୋଟ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବାବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତି । ସେଥିମଧ୍ୟରୁ ଜଣେ ଡେପୁଟେସନରେ ଆସିଥିବା ବେଳେ ସେ ମଧ୍ୟ ଅନ୍ୟତ୍ର ଚାଲି ଗଲୋ ଯାହାଫଳରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରା ଯାଇ ପାରୁନାହିଁ । ବିଦ୍ୟାଳୟ ନିକଟବର୍ତ୍ତୀ ଗ୍ରାମର ବହୁ ବିଦ୍ୟାଳୟରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତିନୋଟି ଶିକ୍ଷକ ଓ ୬୦ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୪ ଜଣ ଶିକ୍ଷକ ଥିବାବେଳେ ଏହି ବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ୪ଜଣ ଶିକ୍ଷକ ଅଛନ୍ତି । ତେଣୁ ଯଥାଶୀଘ୍ର ଏହି ବିଦ୍ୟାଳୟକୁ ଆଉ ଚାରିଜଣ ଶିକ୍ଷକଙ୍କୁ ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି । ଏହି ସମସ୍ୟାର ସମାଧାନ ନ ହେବା ଯାଏଁ ବିଦ୍ୟାଳୟକୁ ତାଲା ପକାଯିବ ବୋଲି କହି ଗ୍ରାମବାସୀ ବିଦ୍ୟାଳୟକୁ ତାଲା ପକାଇଥିଲେ । ଏ ସମ୍ବନ୍ଧରେ ମାଲକାନଗିରି ତହସିଲଦାର ଟିକୁନୁ ପୁଟା ଖବର ପାଇ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଏହି ବିଦ୍ୟାଳୟକୁ ଦୁଇଜଣ ଶିକ୍ଷକଙ୍କୁ ପଠାଯିବ ବୋଲି ପ୍ରତିଶୃତି ଦେଲାପରେ ଗ୍ରାମବାସୀ ବିଦ୍ୟାଳୟର ତାଲା ଖୋଲିଥିଲେ ।