ଭୂଜାଲୀରେ ଆକ୍ରମଣ କରି ୨ଲକ୍ଷ ୧୭ହଜାର ଲୁଟିନେଲେ ଦୁର୍ବୃତ୍ତ

ତାଳଚେର ଟାଉନ ଥାନା ଅନ୍ତର୍ଗତ ଗୋଡିବନ୍ଧ ଏନଟିପିସି ରାସ୍ତାରେ ମୁଖାପିନ୍ଧା ୪ଜଣ ଦୁର୍ବୃତ୍ତ ଅମୂଲ କମ୍ପାନୀର ସେଲସ୍ମ୍ୟାନଙ୍କୁ ଗତରାତିରେ ଆକ୍ରମଣ କରି ୨ଲକ୍ଷ ୧୭ହଜାରର ଟଙ୍କା ଲୁଟିନେଇଛନ୍ତି ବୋଲି ତାଳଚେର ଟାଉନ ପୋଲିସ୍ ନିକଟରେ ଅଭିଯୋଗ ହୋଇଛି  । ତାଳଚେର ଟାଉନରେ ଥିବା ଅମୂଲ କମ୍ପାନୀର ଅମୂଲ ସାମଗ୍ରୀକୁ ତାଙ୍କର ସେଲସ୍ମ୍ୟାନ ରାକେଶ ବେହେରାକୁ ଏକ ୪୦୭ ଗାଡିରେ ଏନଟିପିସିକୁ ପଠାଇଥିଲେ  । ସେଠାରେ ସେ ଅମୂଲ ସାମଗ୍ରୀ ବିକ୍ରି କରିସାରି ନଗଦ ୨ଲକ୍ଷ ୧୭ହଜାର ଟଙ୍କା ଧରି ତାଳଚେରକୁ ଫେରୁଥିବା ବେଳେ ଗୋଡିବନ୍ଧ ଏନଟିପିସି ରାସ୍ତାର ଶିବରାମପୁର ନିକଟରେ ମୁଖ୍ୟାପିନ୍ଧା ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ତାଙ୍କୁ ଅଟକାଇ ଥିଲେ  । ଦୁର୍ବୃତ୍ତମାନେ ହଠାତ୍ ସେଲସ୍ମ୍ୟାନ ଗୋଡକୁ ଭୂଜାଲିରେ ହାଣିବା ସହ ଗାଡି ଚାଳକଙ୍କୁ ଭୟଭିତ କରାଇ ଗାଡି ଭିତରେ ଥିବା ନଗଦ ୨ଲକ୍ଷ ୧୭ଟଙ୍କା ସେମାନେ ଲୁଟିନେଇ ଚମ୍ପଟ ମାରିଥିଲେ  । ଏନେଇ ସେ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି  । ତେବେ ସେହି ରାସ୍ତାରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ୍ ସସ୍ପୃକ୍ତ ଅପରାଧିଙ୍କ ଟେର୍ ପାଉନି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।