ମାଛ ଓ ମାଂସ ସତେଜ ରଖିବାକୁ ଫର୍ମାଲିନ୍ ପ୍ରୟୋଗ
ତାଳଚେର: ହାଟ ବଜାରରେ ମିଳୁଥିବା ପନିପରିବା ସହ ମାଛ ଓ ମାଂସକୁ ସତେଜ ରଖିବାକୁ ସେଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଛି । ମାତ୍ର ଅନେକ ସମୟରେ ବ୍ୟବସାୟୀମାନେ ଚତୁରତାର ସହ ଏପରି ଭାବେ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି ତାହା ଜାଣିବା ସାଧାରଣ ଜନତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏପରି କାରବାର ରୋକିବାକୁ ସରକାରୀସ୍ତରରେ ଉଦ୍ୟମ ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ । ବିଶେଷ କରି ମାଛକୁ ସତେଜ ରଖିବା ଲାଗି ‘ଫର୍ମାଲିନ୍’ ଦିଆଯାଉଛି । ମୃତଦେହକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ଲାଗି ଫର୍ମାଲିନ ବ୍ୟବହାର ହୋଇଥାଏ । ମାଛରେ ଦିଆଯାଉଥିବା ପର୍ମାଲିନ୍ ମଣିଷ ଶରୀରକୁ ଗଲେ ମନୁ୍ୟଷ ଘାତକ ରୋଗର ଶୀକାର ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି ।
ମାଛରେ କ୍ଷତିକାରକ ପର୍ମାଲିନ୍ ମିଶାଯାଉଥିବା ନେଇ ବିଭିନ୍ନ ରାଜ୍ୟରୁ ଅଭିଯୋଗ ପାଇବା ପରେ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଏଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଉଛି । ମାଛ ସମେତ ବିଭିନ୍ନ ପନିପରିବାରେ କ୍ଷତିକାରକ ରାସାୟନିକ ଦ୍ରବ୍ୟ ପ୍ରୟୋଗକୁ ରୋକିବା ଲାଗି ସ୍ୱତନ୍ତ୍ର ଦଳ ଗଠନ କରି ସ୍ଥାନୀୟ ପ୍ରଶାସନ ସହାୟତାରେ ଚଢ଼ାଉ କରିବା ଲାଗି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମାଛ ଓ ଅନ୍ୟାନ୍ୟ ଜାତୀୟ ଖାଦ୍ୟ ଦ୍ରବ୍ୟରେ ‘ପର୍ମାଲିନ୍’ ମିଶିଛି କି ନାହିଁ ପରୀକ୍ଷା ଲାଗି ମଧ୍ୟ କୁହାଯାଇଛି । ଏଥିପାଇଁ କେନ୍ଦ୍ରୀୟ ମତ୍ସ୍ୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ସିଆଇଏଫଟି) ପକ୍ଷରୁ ସ୍ୱତନ୍ତ୍ର ଭାବେ କିଟ୍ ପ୍ରସ୍ତୁତ କରାଯାଇ ଏହି କିଟ୍ ଦ୍ୱାରା ମାଛ ଓ ଅନ୍ୟାନ୍ୟ ଦ୍ରବ୍ୟର କେତେ ପରିମାଣରେ ‘ପର୍ମାଲିନ’ ମିଶିଛି ଜଣାପଡ଼ିବ । ଓଡ଼ିଶାରେ ପୂର୍ବରୁ ଯାଞ୍ଚ କରାଯାଉଥିବା ବେଳେ ଏବେ ତାହା ପ୍ରାୟତଃ ବନ୍ଦ ରହିଛି । ଏ ସମ୍ପର୍କରେ ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ମାଛ ବେପାରୀ ରାସ୍ତା କଡ଼ରେ ବସୁଥିବାରୁ ସେଠାରେ ନିୟମିତ ଚଢ଼ାଉ ସମ୍ଭବପର ହେଉନାହିଁ । ମାଛମାର୍କେଟ କିମ୍ବା ଗୋଦାମରେ ଚଢ଼ାଉ କରି ଫର୍ମାଲିନ ମାଛ ଯୁକ୍ତ ଜବତ କରି ପରୀକ୍ଷାଗାରକୁ ଆଣିବା ପରେ ସେଥିରେ ଫର୍ମାଲିନ୍ ପରିମାଣ ଅତି ନଗଣ୍ୟ ବାହାରୁଛି । ତଥାପି ନିୟମିତ ଚଢ଼ାଉ ଜାରି ରହିଛି । କେବଳ ମାଛ ନୁହେଁ ପନିପରିବା ଓ ଫଳ ଆଦିର ରାସାୟନିକ ଦ୍ରବ୍ୟ ମିଶୁଥିବା ନେଇ ଅଭିଯୋଗ ହେବା ପରେ ସେସବୁ ଉପରେ ମଧ୍ୟ ନଜର ରଖାଯାଇଛି । ଏ ସମ୍ପର୍କରେ ବୈଜ୍ଞାନିକ ‘ଫର୍ମାଲିନ’ ସାଧାରଣତଃ ମୃତଦେହକୁ ସଂରକ୍ଷିତ ରଖିବା ଲାଗି ବ୍ୟବହୃତ ହୋଇଥାଏ । ପରୀକ୍ଷାଗାର ବା ବିଜ୍ଞାନିକଗାରରେ ମୃତ ପଶ, ପକ୍ଷୀ, ସରୀସୃପ ଆଦିର ମୃଦେହ ସଂରକ୍ଷିତ ଏହାକୁ ପରିମାଣ ସାମନ୍ୟ ଅଧିକ ହେଲେ ଗନ୍ଧ ହେବା ସହ ମୁଣ୍ଡ ବୁଲାଇଥାଏ । ତେଣୁ ଏହାକୁ ଖୁବ୍ କମ୍ ପରିମାଣରେ ବ୍ୟବହାର ହୋଇଥାଏ । ପର୍ମାଲିନ ଯୁକ୍ତ ମାଛ ଖାଇବା ଫଳରେ ମହିଳାଙ୍କ ଗର୍ଭ ନଷ୍ଟ ହେବାର ସମ୍ଭବନା ଅଧିକ । ଏହାବ୍ୟତୀତ କର୍କଟ ରୋଗ, ସ୍ନାୟୁଗତ ସମସ୍ୟା ସୃଷ୍ଟି କରିବା ସହ ଫର୍ମାଲିନ୍ ଶରୀର ରୋଗ ପ୍ରତିରୋଧକ ଶକ୍ତିହ୍ରାସ କରାଇଥାଏ । ମାଛ ନୁହେଁ ଶୁଖୁଆରେ ମଧ୍ୟ ଏହାର ବହୁଳ ବ୍ୟବହାର କରାଯାଉଛି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ମାଛରେ ଫର୍ମାଲିନ୍ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।